ଓଡ଼ିଶାରେ ୨୪ ଘଣ୍ଟାରେ ୪୫,୯୧୪ କରୋନା ନମୁନା ପରୀକ୍ଷା

Spread the love

ଭୁବନେଶ୍ୱର : ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୪୫,୯୧୪ କରୋନା ନମୁନା ପରୀକ୍ଷା କରାଯାଇଛି। ଏଥି ମଧ୍ୟରୁ ୯,୩୨୭ଟି ଆରଟି-ପିସିଆର, ୩୬,୫୦୨ଟି ଆଣ୍ଟିଜେନ ଓ ୮୫ଟି ଟ୍ରୁନଟ୍‌ ନମୁନା ପରୀକ୍ଷା କରାଯାଇଥିବା  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୭୨୪ କରୋନା ନମୁନା ପରୀକ୍ଷା କରାଯାଇଛି। ବିଗତ କିଛି ଦିନ ହେବ ଓଡ଼ିଶାରେ ଦୈନିକ କରୋନା ନମୁନା ପରୀକ୍ଷା ସଂଖ୍ୟା ୫୦ ହଜାରରୁ କମ୍ ରହୁଥିବା ଦେଖାଯାଉଛି ।

ଗୁରୁବାର ଦିନ ୪୫,୧୬୯ କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏହା ମଧ୍ୟରୁ ୮,୫୬୮ଟି ଆରଟି-ପିସିଆର, ୩୯,୨୧୯ଟି ଆଣ୍ଟିଜେନ ଓ ୮୨ଟି ଟ୍ରୁନଟ୍‌ ନମୁନା ପରୀକ୍ଷା କରାଯାଇଛି।

 

Leave a Reply

Your email address will not be published. Required fields are marked *