ପଞ୍ଚାୟତସ୍ତରୀୟ କର୍ମଶାଳା

Spread the love

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ରେ ଆଜି ମାଖନପୁର ପଞ୍ଚାୟତ ରେ ଭାରତୀୟ ଜନତା ପାର୍ଟି ତରଫରୁ ପଞ୍ଚାୟତ ସ୍ତରୀୟ କର୍ମଶାଳ ଅନୁଷ୍ଠିତ ହେବାସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଯୁବନେତା ଇଂ. ରାଜେଶ ମହାକୁଡ଼ କ ନେତୃତ୍ୱରେ ମାଖନପୂର୍ ପଂଚାୟତ ର ବିଜେଡ଼ି କର୍ମୀ ଜଗନ୍ନାଥ ପାଣିଗ୍ରାହୀ, ଶେଖ୍ ହମ୍ଜlନ, ହବନୁ ସାହା କ ସହିତ ବହୁ ସଂଖ୍ୟାରେ କର୍ମୀ ବିଜୁ ଜନତା ଦଳ ତ୍ୟାଗ କରି ଆମ ପ୍ରିୟ ପ୍ରଧାନ ମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ପୁର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟି ରେ ସାମିଲ୍ ହେଲେ l ଏହି ଉତ୍ସବରେ ଅତିଥି ଭାବେ ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦକ ପୂଜା ତରେଇ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ସଞ୍ଜୀବ ରାଉଳ, ବ୍ଲକ ଅଧକ୍ଷା ଅଭିଲିପସା ସାହୁ, ଯୁବନେତା ନୀଳମାଧବ ପଣ୍ଡା, ଜିଲ୍ଲାପରିଷଦ ପ୍ରାର୍ଥୀ ଇଂ. ରାଜେଶ ମହାକୁଡ଼, ମଣ୍ଡଳ ସଭାପତି ମହେଶ୍ବର ନାଥ, ସାଧାରଣ ସମ୍ପାଦକ ପିତାମ୍ବର ମିଶ୍ର , ପ୍ରଭାରୀ ଅଜୟ ବେହେରା , ଓବିସି ମୂର୍ଚ୍ଛା ସଭାପତି ମୃତ୍ୟୁଞ୍ଜୟ ବେହେରା, ପଂଚାୟତ ସଭାପତି ଆନନ୍ଦ ନାୟକ, ଡଗରପଡ଼ା ପଂଚାୟତ ସଭାପତି କରୁଣାକର ମହାପାତ୍ର ସମେତ ପଞ୍ଚାୟତ ର ବହୁ କର୍ମକର୍ତା ଉପସ୍ଥିତ ରହିଥିଲେ l
ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *