ଡ଼କାୟତ ଗ୍ୟାଙ୍ଗର ପର୍ଦାଫାଶ

Spread the love

କଟକ,(ନାଗରାଜ ନ୍ୟୁଜ): ରାସ୍ତାରୁ ରାତିର ଅନ୍ଧାରରେ ଉଠାଇ ନେଉଥିଲେ ଚାରିଚକିଆ ଗାଡି। ଆଉ ସକାଳ ହେଲା ଭିତରେ ଗାଡିକୁ କାଟି ଖଣ୍ଡ ଖଣ୍ଡ କରି ବିକ୍ରି କରୁଥିଲେ। ଏମାଙ୍କର ନାମରେ କଟକ, ଯାଜପୁର ଓ ଭଦ୍ରକ ଅଞ୍ଚଳର ବିଭିନ୍ନ ଥାନାରେ 15ରୁ ଅଧିକ ମାମଲା ଅଛି। ଏଭଳି ଏକ ଗାଡି ଡ଼କାୟତ ଗ୍ୟାଙ୍ଗକୁ ନିଶ୍ଚିନ୍ତକୋଇଲି ପୋଲିସ ଧରିବାରେ ସଫଳ ହୋଇଛି। 3ଜଣ ଡକାୟତ ଓ ଜଣେ ନାବାଳକ ଏହି ଘଟଣାରେ ଧରାପଡିଛନ୍ତି। ନାବାଳକକୁ ଛାଡି ଅନ୍ୟ ତିନିଜଣ ହେଲେ ଭଦ୍ରକ ଅଞ୍ଚଳର ଏସ କେ ଅବୁ ରାଜା ଓ ସୁକଦେଵ ମଳିକ ଏବଂ ନିଶ୍ଚିନ୍ତକୋଇଲି ଅଞ୍ଚଳର ମାରୁତି ବେହେରା। ଏମାନଙ୍କ ଠାରୁ ଦୁଇଟି ବୋଲେରୋ ଗାଡି ଜବତ ହୋଇଛି। ସେଥି ମଧ୍ୟରୁ ଗୋଟିଏ ଗାଡିକୁ ସମ୍ପୂର୍ଣ ଭାବେ ସେମାନେ କାଟି ଦେଇଛନ୍ତି। ଏମାନଙ୍କ ସମ୍ପୂର୍ଣ୍ଣ ଗ୍ୟାଙ୍ଗକୁ ପୋଲିସ ଧରିବାକୁ ଚେଷ୍ଟା ଚଳାଇଛି। ଏନେଇ ନିଶ୍ଚିନ୍ତକୋଇଲି ଥାନାରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସାଲେପୁର sdpo ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *