ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ

Spread the love

କଟକ,(ନାଗରାଜ ନ୍ୟୁଜ): ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ କଟକ କଳାବିକାଶ କେନ୍ଦ୍ର ଠାରେ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟି ଡକ୍ଟର ଜୟନ୍ତ ରଥ ଏହି ଅଷ୍ଟବିଂଶତମ୍ ସମାରୋହରେ ସଭାପତିତ୍ବ କରିଥିଲେ।ପ୍ରାରମ୍ଭରେ ଅତିଥି ବୃନ୍ଦ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ କୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟ ର ବିଚାରପତି ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ସାହିତ୍ୟର ବିକାଶ ଓ ସାହିତ୍ୟିକ ମାନଙ୍କୁ ପ୍ରୋତ୍ସାହନ କ୍ଷେତ୍ରରେ ଗଙ୍ଗାଧର ରଥଙ୍କ ଭୂମିକାଥିଲା ଅତୁଳନୀୟ ବୋଲି କହିଥିଲେ।ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ନାରୀ କବି ଡ.ଅପର୍ଣ୍ଣା ମହାନ୍ତି କହିଲେ ଭାଷା ସାହିତ୍ୟ ଓ ସଂସ୍କୃତି ଗୋଟିଏ ଜାତିର ସ୍ୱାଭିମାନ ର ପ୍ରତୀକ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡକ୍ଟର ବିଜୟାନନ୍ଦ ସିଂ, ଫାଉଣ୍ଡେସନର ସମ୍ପାଦକ ସୁସ୍ମିତା ରଥ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ଫାଉଣ୍ଡେସନ ପକ୍ଷରୁ ସାହିତ୍ୟ ଭାରତୀ ସମ୍ମାନ ସହିତ କୃତୀ ସାହିତ୍ୟିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶା ହାଇକୋର୍ଟ ର ବିଚାର ପତି ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଚଳିତ ବର୍ଷ ର “ସାହିତ୍ୟ ଭାରତୀ” ସମ୍ମାନ ବିଶିଷ୍ଟ ସାହିତ୍ୟ ସାଧକ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା ଙ୍କୁ ପ୍ରଦାନ କରିଥିଲେ।ସମ୍ମାନ ସ୍ୱରୂପ ମାନପତ୍ର,କୋଣାର୍କ ର ଏକ ରୌପ୍ୟଫଳକ ଏବଂ ଏକ ଲକ୍ଷ ଟଙ୍କା ପୁରସ୍କାର ବାବଦ ଅର୍ଥ ପ୍ରଦାନ କରାଯାଇଥିଲା। ପଦ୍ମଶ୍ରୀ ଉଦ୍ଗାତା ଏପର୍ଯ୍ୟନ୍ତ ୩୨୩ ଟି ପୁସ୍ତକ ରଚନା କରିବା ସହିତ ଅନେକ ଅନୁବାଦ ପୁସ୍ତକ କରିଛନ୍ତି।ଏହା ବ୍ୟତୀତ ଚିତ୍ରକଳା ଦିଗରେ ତାଙ୍କର ଯଥେଷ୍ଟ ସୁନାମ ରହିଛି। ବିଶିଷ୍ଟ କଣ୍ଠ ଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଙ୍କୁ ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ,କବି ଶ୍ରୀ ଭଗବାନ ଜୟସିଂହ ଙ୍କୁ ଭାନୁଜି ରାଓ ସ୍ମାରକୀ ସମ୍ମାନ,ବିଶିଷ୍ଟ କଥାକାର ମାନସୀ ଦାସଙ୍କୁ ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଡ.ମୌସୁମୀ ପରିଡ଼ା ଏବଂ ରବିନାରାୟଣ ଦାସ ଙ୍କୁ ସୁବ୍ରତ ରଥ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା

Leave a Reply

Your email address will not be published. Required fields are marked *