ତିନି ଦିନ ବ୍ୟାପି ଜିଲ୍ଲାସ୍ତରୀୟ ଜୁନିଅର୍ ରେଡକ୍ରସ ଶିକ୍ଷା ଏବଂ ପ୍ରଶିକ୍ଷଣ ଶିବିର

Spread the love

କଟକ,(ନାଗରାଜ ନ୍ୟୁଜ): କଟକ ଶିକ୍ଷା ଜିଲ୍ଲା ଆନୁକୁଲ୍ୟରେ ରେଭେନ୍ସା କଲିଜିଏଟ ସ୍କୁଲ ଠାରେ ତିନି ଦିନ ବ୍ୟାପି ଜିଲ୍ଲା ସ୍ତରୀୟ ଜୁନିଅର୍ ରେଡକ୍ରସ ଶିକ୍ଷା ଏବଂ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଏହି ଶିବିରରେ କଟକ ଜିଲ୍ଲାରୁ ପ୍ରାୟ 300ରୁ ଉର୍ଦ୍ଧ୍ବ ଜୁନିଅର୍ ରେଡକ୍ରସ କ୍ୟାଡେଟ ମାନେ ଯୋଗ ଦେଇଛନ୍ତି। ଏଥି ସହିତ ରେଡକ୍ରସ ସହିତ ଜଡ଼ିତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ଏହି କାର୍ଯ୍ୟ କ୍ରମରେ ସାମିଲ ହୋଇଛନ୍ତି।କ୍ୟାଡେଟ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ନୃତ୍ୟ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭାରତୀୟ ରେଡକ୍ରସ ସୋସାଇଟି ଦ୍ଵାରା ଏହା ପରିଚାଳିତ। ଆଜି ଅପରାହ୍ନରେ ଜିଲ୍ଲା ପାଳ ଶ୍ରୀ ଭବାନୀ ଶଙ୍କର ଚଇନି ଆନୁଷ୍ଠାନିକ ଭାବରେ 2023 ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରିଥିଲେ। ଜିଲ୍ଲା ପାଳ ଶ୍ରୀ ଚଇନି କହିଲେ ଯେ ସମାଜରେ ରେଡକ୍ରସ ର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି। ଏହି ସଂଗଠନ ଜେ କୌଣସି ଆପଦ ବିପଦ ବେଳେ ଲୋକଙ୍କ ନିକଟରେ ପହଂଚି ସେବା ଶୁଶ୍ରୁଷା କରନ୍ତି। ସେବା ହିଁ ଧର୍ମ ଏହା ହେଉଛି ରେଡକ୍ରସ ର ମୂଳ ଲକ୍ଷ୍ୟ। ଜିଲ୍ଲା ଶିକ୍ଷାଅଧିକାରୀ ତଥା ଜୁନିଅର୍ ରେଡକ୍ରସ ସୋସାଇଟି ର ଚେୟାର ମ୍ୟାନ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଏହି କାର୍ଯ୍ୟ କ୍ରମରେ ସଭାପତିତ୍ବ କରିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ, ଶ୍ରୀମତୀ ସୋନାମିକା ରାୟ, ବ୍ଲକ ଶିକ୍ଷା ଅଧିକାରୀ ସରସ୍ୱତୀ କାନୁନଗୋ,ଏହି କାର୍ଯ୍ୟ କ୍ରମରେ ଅତିଥି ଭାବରେ ଯୋଗ ଦେଇ ଜୁନିଅର୍ ରେଡକ୍ରସ ବାହିନୀର ଦାଇତ୍ୱ ଓ କର୍ତ୍ତବ୍ୟ ଉପରେ ଗୁରୁତ୍ବ ଆରୋପ କରିଥିଲେ। କଲି ଜିଏଟ ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଡକ୍ଟର ଅନୁସ୍ମିତା ସ୍ଵାଇଁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ସ୍ଵାଗତ ଭାଷଣ ଦେଇଥିଲେ। ମିହିର କୁମାର ପରିଡ଼ା ବିବରଣୀ ପାଠ କରିଥିଲେ।ଅକ୍ଷୟ କୁମାର ଷଡଙ୍ଗୀ, କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ। ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ସୌଦାମିନୀ ଦାସ କ୍ୟାମ୍ପ ସମ୍ପର୍କ ରେ ସୂଚନା ଦେଇଥିଲେ। ଗୁରୁ ବିଶ୍ଵନାଥ ମିଶ୍ର ଙ୍କ ନିର୍ଦ୍ଦେଶନାରେ ଛାତ୍ରୀ ମାନେ ସମବେତ ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ କରାଯାଇଥିଲା। ଆସନ୍ତା 24 ତାରିଖ ଦିନ ଏହି ଶିବିର ଉଦଯାପିତ ହେବ।

Leave a Reply

Your email address will not be published. Required fields are marked *