ଗଁଦିଆ ପ୍ରାଥମିକ କୃଷି ସେବା ସମବାୟ ସମିତିରେ ବ୍ୟଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଗଁଦିଆ ବ୍ଲକ ଅନ୍ତର୍ଗତ ଗଁଦିଆ ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଆଜି ବ୍ୟଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ସମିତିର ସଭାପତି ବିଶ୍ୱନାଥ ଜେନା ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଁଦିଆ ଗୋଷ୍ଠିଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ମୁଖ୍ୟ ବକ୍ତା ଭାବରେ ଢେଙ୍କାନାଳ ଏ ଆର ସି ଏସ ଦୀପାଞ୍ଜଳି ସିଂ ସଂମାନିତ ଅତିଥି ଭାବରେ ଜୋରନ୍ଦା ପ୍ରାଣୀଧନ ଚିକିତ୍ସକ ସୁବ୍ରତକୁମାର ମାର୍ଥ ଗଁଦିଆ ବ୍ଲକ ସହକାରୀ କୃଷି ଅଧିକାରୀ ଅନ୍ନପୂର୍ଣ୍ଣା ବେହେରା ପୋରୁହଖୋଜ ଗ୍ରାମ ପଞ୍ଚାୟତ ସରପଞ୍ଚ ରତିକାନ୍ତ ସାହୁ ସମିତି ସଭ୍ୟ ବଳରାମ ପରିଡ଼ା ଗଁଦିଆଗ୍ରାମ ପଞ୍ଚାୟତ ସମିତି ସଦସ୍ୟା ସସ୍ମିତା ବେହେରା ଉକ୍ତ ସମବାୟ ସମିତିର ପୂର୍ବତନ ସଭାପତି ବିପିନ ବିହାରୀ ସିଂହ ଗଁଦିଆ ଗ୍ରାମ ପଂଚାୟତର ପୁର୍ବତନ ସରପଞ୍ଚ ମଙ୍ଗରାଜ ବାରିକି ଗଁଦିଆ କୃଷି ଫାର୍ମ ଓଭରସର କୁମୁଦିନି ସାହୂ ଓ ଉକ୍ତ ସମିତିର ଉପ ସଭାପତି ନର୍ମଦା ସାହୁ ପ୍ରମୁଖ ଯୋଗଦେଇଥିଲେ ଗଁଦିଆ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନ୍ତର୍ଯ୍ୟାମୀ ବାରିକ ମଞ୍ଚ ପରିଚାଳନା କରିଥିଲେ ଏଥିରେ ଉକ୍ତ ସମିତିର ନିର୍ଦେଶକ ମହେନ୍ଦ୍ର କୁମାର ସାହୁ ଗୋପାଳ ଚନ୍ଦ୍ର ରାଉତ ସତ୍ୟାନନ୍ଦ ଦାସ ରାମ ଚନ୍ଦ୍ର ଭୋଇ ରାମ ଚନ୍ଦ୍ର ସାହୂ ଅରୁଣ କୁମାର ଜେନା ନିରଞ୍ଜନ ଜେନା ଅଜୟ ଖଟୁଆ ନିତ୍ୟାନନ୍ଦ ପାତ୍ର ବିଦ୍ୟାଧର ସାହୁ ଭିକାରୀ ଚରଣ ସ୍ୱାଇଁ ରତ୍ନମଞ୍ଜରୀ ସାହୁ ଦିଲୀପ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ସଂପ୍ରତି ସମବାୟ ବ୍ୟାଙ୍କର ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ମଞ୍ଚସିନ ଅତିଥିମାନେ ଆଲୋଚନା କରିଥିଲେ ସେହିପରି ମହିଳାଙ୍କ ବିକାଶ ଦିଗରେ ବ୍ୟାଙ୍କର ଭୂମିକା ବିଷୟରେ ଆଲୋକପାତ କରାଯାଇଥିଲା ନୂତନ ଋଣ ପ୍ରଦାନ ବିନା ସୁଧରେ୫୦ରୁ୧ଲକ୍ଷ୍ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ଓ ସ୍ୱୟଂ ସହାୟକ ଗୋଷ୍ଠି କୁ୩ରୁ୫ଲକ୍ଷ ଟଙ୍କା ଋଣ ପ୍ରଦାନର ବ୍ୟବସ୍ଥା ସରକାର ଙ୍କର ରହିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ଏହି କର୍ମଶାଳାରେ୪ଜଣକୁ ଋଣ ସହାୟତା ପ୍ରଦାନ କରାଯାଇଥିଲା ସମିତିର ସମ୍ପାଦକ ଗୋକୁଳାନନ୍ଦ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ଏଥିରେ ଗଁଦିଆ ଓ ପୋରୁହଖୋଜ ପଞ୍ଚାୟତରୁ ବହୁ ଚାଷୀ ଯୋଗ ଦେଇଥିଲେ

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ନାଗରାଜ ନିୟୁଜ

Leave a Reply

Your email address will not be published. Required fields are marked *