ରୋଟ୍ରାକ୍ଟ କ୍ଳବ୍ ଢେଙ୍କାନାଳ ତରଫରୁ ସ୍ଥାନୀୟ ଭାଗିରଥି ସାଗରଠାରେ ସଫେଇ ଅଭିଯାନ ଅନୁଷ୍ଠିତ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ସକାଳ ୬ ଘଟିକା ସମୟରେ ରୋଟ୍ରାକ୍ଟ କ୍ଳବ୍ ଢେଙ୍କାନାଳର ସଦସ୍ୟମାନେ ସ୍ଥାନୀୟ ଭାଗିରଥି ସାଗର (ନୂଆ ପୋଖେରୀ)ର ଏକ ପାର୍ଶ୍ଵରେ ବହୁଦିନ ଧରି ପଡିରହିଥିବା ଅଳିଆ ଆବର୍ଜ୍ଜନା ଏବଂ ପ୍ଲାଷ୍ଟିକ, ପଲିଥିନକୁ ସଫା କରିଥିଲେ। ଏହା ସହିତ ପୋଷ୍ଟର ଲଗାଇ ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ପୋଖରୀରେ ଅଳିଆ ନ ପକାଇବା ପାଇଁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ୍ ଢେଙ୍କାନାଳର ପୂର୍ବତନ ସଭାପତି ହର୍ଷବର୍ଦ୍ଧନ ସିଂଦେଓ ଏବଂ ରୋଟ୍ରାକ୍ଟ କ୍ଳବ୍ ଦାୟିତ୍ଵରେ ଥିବା ଶ୍ରୀଧର ଇପିଲି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରୋଟ୍ରାକ୍ଟ କ୍ଳବ୍ ତରଫରୁ ଶିବ ପ୍ରସାଦ ସ୍ଵାଇଁ, ଅଭିଳାଷ ସାହୁ, ଅଭିଷେକ , ପ୍ରେମଜିତ୍, ଅମ୍ରିତା, ଅମିଶା, ଅବିନାଶ, ଚିନୁ, ଆଶୀର୍ବାଦ ଏବଂ ରଞ୍ଜନ ଯୋଗଦେଇ ସଫେଇ କାର୍ଯ୍ୟକୁ ସଫଳ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଅଞ୍ଚଳରୁ ପ୍ରଶଂସା ର ଛୁଅ ଛୁଟୁଥିଲା .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *