ମା ଧବଳେଇ ବିଶ୍ବ ଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଉତ୍ସବ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ଗ୍ରାମରେ ମା ଧବଳେଇ ବିଶ୍ବ ଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ମହୋତ୍ସବ ଅନୁଷ୍ଠିତ ହୋଇଛି। ଘଣ୍ଟ, ଶଙ୍ଖ,ହରିବୋଲ ହୁଳହୁଳି ଧ୍ଵନିରେ ଦୁଲୁକୁଛି ଗାଁ। ବିଶ୍ବ ର ମଙ୍ଗଳ କାମନା ଉଦ୍ଧେଶ୍ୟରେ ଅଭିଜ୍ଞ ପଣ୍ଡିତଙ୍କ ଯୋଗଦାନରେ ଏ ଯଜ୍ଞ ଅନୁଷ୍ଠିତ ହେଉଛି। ବୈଦିକ ରୀତିରେ ଅଙ୍କୁରାରୋପଣ ହେବା ସହ ଶହ ଶହ ଗ୍ରାମବାସୀ କଳସ ଶୋଭାଯାତ୍ରା କରି ଯଜ୍ଞର ଆରମ୍ଭ କରିଥିଲେ ।  ୫ଦିନ ବ୍ୟାପୀ ଏହି ଯଜ୍ଞ ଚାଲିଥିଲା।ପ୍ରତେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପରମ୍ପରା ଭିତ୍ତିକ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ହଜି ଯାଉଥିବା ଲୋକକଳା ବାଡିଖେଳ, ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ ବିଭିନ୍ନ ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରତକ୍ଷ ଗ୍ରାମଦେବତୀମା ଧବଳେଇଙ୍କ ଆଶିର୍ବାଦ ଭିକ୍ଷା କରିବାକୁ ପୀଠରେ ଭକ୍ତଙ୍କ ମହା ସମାଗମ ହୋଇଥିଲା। ପୂର୍ଣ୍ଣାହୁତି ମହୋତ୍ସବ ରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ,ଜିଲ୍ଲାପରିଷଦ ଅଦକ୍ଷା ଅର୍ଚନା ପୁହାଣ,ବିଜେଡି ଗଁଦିଆ ବ୍ଲକ ସଭାପତି ବିଶ୍ବନାଥ ଜେନା ,ଗଁଦିଆ ଡିଜିଟାଲ ମିଡ଼ିଆ ସଭାପତି ପ୍ରଦୀପ କୁମାର ଦାସ , ସମ୍ପାଦକ ବାଦଲ ମହାନ୍ତି,ଉପ ସଭାନେତ୍ରୀ ରଶ୍ମିତା ବେହେରା , ସହ ସମ୍ପାଦକ ସୌମ୍ୟରଞ୍ଜନ ମହାନ୍ତି ,କୋଷାଦକ୍ଷା ଅକ୍ଷୟ ପାତ୍ର ,ସାମ୍ବାଦିକ ଶ୍ରୀଧର ପାତ୍ର , ଉଦୀୟମାନ ସମାଜସେବୀ ପୂର୍ବତନ ନିହାଲପ୍ରସାଦ ପଂଚାୟତ ତାପସ ସାହୁ ସଦୟ ଯୋଗଦେଇ ମା ଙ୍କ ଆଶିର୍ବାଦ ଭିକ୍ଷା କରିଛନ୍ତି।

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *