ଗଁଦିଆ ବ୍ଲକରେ ଶିକ୍ଷା ସଚେତନତାରଥ ର ଉଦଘାଟନି ଉତ୍ସଵ ପାଳିତ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ଚଳିତ ମାସ୧୦ତାରିଖ ଦିନ ଗୋଷ୍ଠି ଶିକ୍ଷାଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଶିକ୍ଷା ସଚେତନତା ରଥଉଧଘାଟନି ଉତ୍ସଵ ପାଳିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଁଦିଆ ପଞ୍ଚାୟତ ସମିତି ଅଧକ୍ଷା ରିନାରାଣୀ ଖଟୁଆ ସଂମ୍ମାନୀତ ଅତିଥି ଭାବରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୂ ଓ ଗୋଷ୍ଠି ଶିକ୍ଷା ଅଧିକାରିଣୀ ତଥା ଜିଲ୍ଲା ସହ ଶିକ୍ଷା ଅଧିକାରିଣୀ ସସ୍ମିତା ସାହୁ ପ୍ରମୁଖ ଯୋଗଦାନ କରି ଉକ୍ତ ରଥର ଶୁଭାରମ୍ଭ କରିଥିଲେ ସଚେତନତା ରଥ ପରିଭ୍ରମଣର ପ୍ରକୃତ ଉଦେଶ୍ୟ ଉପରେ ଆଲୋକପାତ କରିବା ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ତଥା ବିଶେଷ କରି ଜନସାଧାରଣମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଟିକୁ ଗୋଷ୍ଠି ସହ ଶିକ୍ଷା ଅଧିକାରିଣୀ ଜ୍ୟୋତିର୍ମୟୀ ନାଥ ପ୍ରତ୍ୟେକ ଭାବରେ ପରିଚାଳନା କରିଥିବା ବେଳେ ସମସ୍ତ କେନ୍ଦ୍ର ସାଧନ ସଂଯୋଜକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ .

ଢେଙ୍କାନାଳ ରୁ ସୌମ୍ୟରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ନାଗରାଜ ନିୟୁଜ

Leave a Reply

Your email address will not be published. Required fields are marked *