ଓଡ଼ିଶା ସ୍କିଲ କଂକ୍ଲେଭ୍ -୨୦୨୩ରେ ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ମାନଙ୍କ ଯୋଗଦାନ ପାଇଁ ଯାତ୍ରାର ଶୁଭାରମ୍ଭ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲାରୁ ୪୨ ଜଣିଆ ଟିମ୍ ୨୦ ରୁ ୨୨ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ରେ ହେବାକୁଥିବା ଓଡ଼ିଶା ସ୍କିଲ କଂକ୍ଲେଭ୍ -୨୦୨୩ ରେ ଯୋଗ ଦେବା ପାଇଁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛନ୍ତି ।ଏହି ଟିମ୍ ରେ ଢେଙ୍କାନାଳ ଜିଲ୍ଲାର ୧୦ ଜଣ ସ୍କୁଲ ଛାତ୍ରୀ,ଛାତ୍ର , ୮ ଜଣ କଲେଜ ଛାତ୍ରୀ,ଛାତ୍ର, (ITI ) ଶିଳ୍ପ ତାଲିମ୍ ଅନୁଷ୍ଠାନର ୪ ଜଣ ଛାତ୍ରୀ,ଛାତ୍ର, ଢେଙ୍କାନାଳ (Polytechnic) ବହୁବୃତ୍ତି ଶିକ୍ଷା ଅନୁଷ୍ଠାନର ଛାତ୍ରୀ,ଛାତ୍ର ୪ ଜଣ, ସିନର୍ଜି ଅନୁଷ୍ଠାନର ୨ ଜଣ ଛାତ୍ରୀ,ଛାତ୍ର ,Science Technology Enginering And Mathematics (STEM), ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ବୈଷୟିକ ବିଜ୍ଞାନ ଓ ଗଣିତ (ଷ୍ଟେମ୍ )ଶିକ୍ଷୟିତ୍ରୀ, ଶିକ୍ଷକ ୧୦ ଜଣ , ଶିକ୍ଷୟିତ୍ରୀ, ୨ ଜଣ (OSDA) ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ଅଥରିଟିର – (PLTP) ପ୍ଲେସ୍ ମେଣ୍ଟ ଲିଙ୍କ ଟ୍ରେନିଂ ପ୍ରୋଗ୍ରାମର ୨ ଜଣ ମହିଳା ରୋଲ ମଡେଲଙ୍କ ସମେତ ନୋଡାଲ ଅଫିସର ଲିଙ୍କନ ମହାନ୍ତି ଏବଂ ଜିଲ୍ଲା ନିୟୋଜନ ଅଧିକାରୀ କେ. ରୋଜା ଦୋରା ଥିଲେ। ଶୀତତାପ ନିୟନ୍ତ୍ରିତ ବସ୍ ଟି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରିଥିଲ।। ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଢେଙ୍କାନାଳ ସଦର ବ୍ଲକ ପ୍ରତିନିଧି ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଷ୍ଟେମ୍ ବିଜ୍ଞାନ ଶିକ୍ଷକ ପ୍ରତିନିଧି ତଥା ରାଜ୍ୟପୁରସ୍କାର ପ୍ରାପ୍ତ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା. ଦେବୀ ପ୍ରସାଦ ମିଶ୍ର, କଙ୍କଡ଼ାହାଡ଼ ବ୍ଲକ୍ ବିଜ୍ଞାନ ଶିକ୍ଷକ ପ୍ରତିନିଧି ସନାତନ ସାମଲ, ଭୁବନ ବ୍ଲକ୍ ଷ୍ଟେମ୍ ବିଜ୍ଞାନ ଶିକ୍ଷକ ପ୍ରତିନିଧି ଅକ୍ଷୟ କୁମାର ଶତପଥୀ, ଗନ୍ଦିଆ ବ୍ଲକ୍ ଷ୍ଟେମ୍ ବିଜ୍ଞାନ ଶିକ୍ଷକ ପ୍ରତିନିଧି ଅଭୟ କୁମାର ଶତପଥୀ,କାମାକ୍ଷାନଗର ବ୍ଲକ୍ ଷ୍ଟେମ୍ ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରତିନିଧି ସନ୍ଧ୍ୟାରାଣୀ ବିଶ୍ଵାଳ,ହିନ୍ଦୋଳ ବ୍ଲକ୍ ଷ୍ଟେମ୍ ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରତିନିଧି ଲକ୍ଷ୍ମୀ ପ୍ରିୟା ବେହେରା, ଓଡ଼ାପଡ଼ା ବ୍ଲକ୍ ଷ୍ଟେମ୍ ବିଜ୍ଞାନ ଶିକ୍ଷକ ପ୍ରତିନିଧି କ୍ଷୀରୋଦ କୁମାର ସାହୁ,ପରଜଙ୍ଗ ବ୍ଲକ୍ ଷ୍ଟେମ୍ ବିଜ୍ଞାନ ଶିକ୍ଷକ ପ୍ରତିନିଧି ମନୋଜ କୁମାର ନାୟକ ପ୍ରମୁଖ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ପତାକା ଦେଖାଇ ( ଫ୍ଲାଗ ଅଫ୍) ଯାତ୍ରାର ଶୁଭାରମ୍ଭ କରିଥିଲେ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *