ଜଳିଗଲା ୪ ବଖରା ଘର, ଅଳ୍ପକେ ବର୍ତ୍ତୀଗଲେ ପରିବାର

Spread the love

କଟକ: ବାରଙ୍ଗ ଥାନା ଦାଢାପାଟଣା ପଞ୍ଚାୟତ ତେଲେଙ୍ଗା ସାହି ବସ୍ତିରେ ଗତ ରାତିରେ ଭୟାବହ ଅଗ୍ନୀକାଣ୍ଡ ଘଟିଥିଲା। ପିତବାସ ପ୍ରଧାନଙ୍କ ପରିବାର ଲୋକ ଘର ଭିତରେ ଶୋଇଥିବା ଅବସ୍ଥାରେ ଅଗ୍ନୀ କାଣ୍ଡ ଘଟିଥିଲା। ଫଳରେ ତାଙ୍କର ୪ ବିଖରା ଚାଳ ଘର ଜଳି ଯାଇଛି। ଭାଗ୍ୟବସତଃ ପରିବାର ଲୋକ ଜାଣିପାରି ପାଟିକରି ପଦାକୁ ବାହାରି ଆସିବା ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବାରଙ୍ଗ ଅଗ୍ନୀ ଶମ ବିଭାଗର ଦମକଳ ପହଁଚି ନିଆଁକୁ ଆୟତ କରିଥିଲେ। ହେଲେ ସେତେ ବେଳକୁ ଘର ଭିତରେ ଥିବା ସମସ୍ତ ଆସବାବ ପତ୍ର ଜଳି ପାଉଁଶ ହୋଇ ସରିଥିଲା । ଅଙ୍ଗନୱ୍ୱାଡି କର୍ମୀ ଥିବା ତାଙ୍କ ଝିଅଙ୍କର ସମସ୍ତ ଆଦଶକ୍ୟ କାଗଜ ପତ୍ର ମଧ୍ୟ ପୋଡି ପାଉଁଶ ହୋଇଛି।

Leave a Reply

Your email address will not be published. Required fields are marked *