ଦେଶରେ ପ୍ରଥମ ନିର୍ବାଚନ ବିହାର
କୋରୋନା ଗାଇଡ଼ଲାଇନ ରେ ମତ ଦାନ ଆରମ୍ଭ

Spread the love

ବିହାର:ଦେଶର ପ୍ରଥମ ନିର୍ବାଚନ ଆଜି ବିହାର ବିଧାନସଭା ଲାଗି କୋରୋନା ମହାମାରୀ ବେଳେ ଚାଲିଛି ମତଦାନ । ବିହାର ବିଧାନସଭାର ମୋଟ୍ ୨୪୩ ଆସନରୁ ପ୍ରଥମ ପର୍ଯ୍ୟାୟରେ ୭୧ ଟି ଆସନରେ ଭୋଟିଂ ହେ ଉଛି । କୋଭିଡ କଟକଣା ଭିତରେ ୧୬ ଟି ଜିଲ୍ଲାରେ ହେଉଥିବା ଏହି ମତଦାନରେ ୧ ହଜାର ୬୬ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ପ୍ରାୟ ୨ କୋଟି ୧୫ ଲକ୍ଷ ଭୋଟର ସେମାନଙ୍କ ମତ ଅଧିକାର ସାବ୍ୟସ୍ତ କରିବେ । ୧ ହଜାର ୬୬ ପ୍ରତି ଯୋଗୀଙ୍କ ମଧ୍ୟରୁ ୫୪ ଆସନରେ ଏନଡିଏ ପ୍ରାର୍ଥୀ ଏବଂ ମହାଗଠବନ୍ଧନ ପ୍ରାର୍ଥୀଙ୍କ ମଧ୍ୟରେ ସିଧା ଟକ୍କର ହେବାର ସମ୍ଭାବନା ରହିଛି

କରୋନା ସଂକ୍ରମଣକୁ ଚେକ୍ ଦେଇ କିଭଳି ହେବ ମତଦାନ, ସେଥିପାଇଁ ବିଶେଷ ଗାଇଡଲାଇନ ଜାରି କରିଛନ୍ତି ଭାରତ ର ନିର୍ବାଚନ କମିଶନ୍ । କରୋନା ସଂକ୍ରମଣର ସମ୍ଭାବନାକୁ ଏଡାଇ ଅବାଧ ଓ ନିରକ୍ଷେପ ନିର୍ବାଚନ କରିବାକୁ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି ନିର୍ବାଚନ କମିଶନ୍ । କରୋନା ସଂକ୍ରମଣକୁ ଏଡାଇବା ପାଇଁ ଗୋଟିଏ ପୋଲିଂ ବୁଥରେ ସର୍ବାଧିକ ୧ ହଜାରରୁ ୧୫ ସହ ଭୋଟର ମତଦାନ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି । ମତଦାତାମାନେ ଭିନ୍ନ ଭିନ୍ନ ସମୟରେ ମତଦାନ କେନ୍ଦ୍ରକୁ ଆସିବେ । ସେହିପରି ୮୦ ବର୍ଷରୁ ଉଦ୍ଦ୍ୱର୍ ମତଦାତା ଘରେ ରହି ପୋଷ୍ଟାଲ ବାଲଟରେ ମତଦାନ କରିବେ । କୋଭିଡ ସଂକ୍ରମିତ ମତଦାତା ଶେଷରେ ମତଦାନ କେନ୍ଦ୍ରକୁ ଆସିବେ ବୋଲି ଗାଇଡଲାଇନ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *