ତାଳଚେରରୁ ପ୍ରାୟ ୨୫ ଲକ୍ଷ ଟଙ୍କା ମୂଲ୍ୟର ବାଣ ଜବତ

Spread the love

ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେରରୁ ପ୍ରାୟ ୨୫ ଲକ୍ଷ ଟଙ୍କା ମୂଲ୍ୟର ବାଣ ଜବତ କରାଯାଇଛି। ବେଆଇନ ଭାବେ ତାଳଚେର ବଜାର ନିକଟରେ ଟିମା ସାହୁ ନାମକ ଜଣେ ବ୍ୟକ୍ତି ଘରେ ବିପୁଳ ପରିମାଣର ବାଣ ରଖାଯାଇଥିବା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଥିଲା। ରାତି ୯ଟା‌ ବେଳେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ, ପୌରୀ ନିର୍ବାହୀ ଅଧିକାରୀ ଅତସୀ ପରିଡ଼ା, ତହସିଲଦାର ଗୌରୀ ନାଏକଙ୍କ ଉପସ୍ଥିତିରେ ତାଳଚେର ପୁଲିସ ଟିମ୍ ଚଢ଼ଉ କରିଥିଲା। କିଛିଦିନ ତଳେ ଦୀପାବଳି ସମୟରେ ବିକ୍ରି ପାଇଁ ବାଣ ରଖାଯାଇଥିବା ଜଣାପଡ଼ିଛି।
ତେବେ, ଯେଉଁ ଜାଗାରୁ ବାଣ ଜବତ କରାଯାଇଛି, ସେହି ଘର ନିକଟରେ ଏକ ‌ଏଟିଏମ୍ କାଉଣ୍ଟର, କୋଚିଂ ସେଣ୍ଟର ସହିତ ବହୁ ଲୋକଙ୍କ ଘର ଓ ଦୋକାନଘର ରହିଛି। ଯଦି କୌଣସି ଅଘଟଣ ଘଟିଥାନ୍ତା, ତାହେଲ ବ୍ୟାପକ କ୍ଷୟକ୍ଷତି ହୋଇଥାନ୍ତା ବୋଲି କୁହାଯାଇଛି। ବାଣ ୨/୩ଟି ଗାଡ଼ି ଯୋଗେ ଅଣାଯାଇଥିବା କୁହାଯାଉଥିବା ବେଳେ ପ୍ରଶାସନ କେମିତି ସେତେବେଳେ ଜାଣିପାରିଲା ନାହିଁ ବୋଲି ସହରରେ ଏବେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *