କ୍ଲବ୍ ବାରଣ୍ଡାରୁ ଉଲଗ୍ନ ଶବ ଉଦ୍ଧାର

Spread the love

କଟକ: ବାରଙ୍ଗ ଥାନା ପୁଲିସ ନରଣପୁର ଗ୍ରମା ଖେଳପଡିଆକୁ ଲାଗିଥିବା କ୍ଳବ୍ ଘର ବାରଣ୍ଡାରୁ ଜଣେ ବ୍ୟକ୍ତିଙ୍କର ଉଲଗ୍ନ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇଛି। ଶବଟି ବାରଙ୍ଗ ଥାନା ଅଧିନ ମୁଣ୍ଡମୁହାଣ ଗ୍ରମାର ଟିକିନା ସ୍ବାଇଁ(୫୦)। ସେ ଜଣେ ରାଜମିସ୍ତ୍ରୀ ବୋଲି ପୁଲିସ ଜାଣିବାକୁ ପାଇଛି। ଘଟଣା ସ୍ଥଳରେ ବାରଙ୍ଗ ଥାନା ଅଧିକାରୀ ଶଶିକାନ୍ତ ରାଉତ ଓ କଟକ ଗ୍ରମାଞ୍ଚଳ ଏସିପି ଏସ୍ ଆଣ ମଲିକ୍ ସାଇଣ୍ଟିଫିକାଲ ଦଳ ସହ ପହଁଚି ତଦନ୍ତ ଚଳାଇଥିଲେ। ଶବ ନିକଟରେ ପଡିଥିବା ମୃତକର ଗାମୁଛା,ପ୍ୟାଣ୍ଟ,ଗଞ୍ଜି, ଏକ ହଳ ଜୋତା,ଏକ ଦିଆସିଲ ପାଖରେ ଲାଗିଥିବା ରକ୍ତର ନମୂନାକୁ ସଂଗ୍ରହ କରି ସାଇଣ୍ଟିଫିକାଲ ଦଳ ପରୀକ୍ଷା ପାଇଁ ନେଇଛି। ସେପଟେ ମୃତକର ପତ୍ନୀ ଜୟନ୍ତୀ ବାରଙ୍ଗ ଥା‌ନାରେ ତା ସ୍ବାମୀର ଦୂର୍ଘଟଣା ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛି। ମୃତ୍ୟୁ ପଛର ପ୍ରକୃତ କାରଣ କଣ ଜ‌ାଣିବା ପାଇଁ ବାରଙ୍ଗ ଥାନାରେ ପୁଲିସ ମକଦ୍ଧମା ରୁଜ୍ କରି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *