ଦିଅଁଙ୍କ ଅପେକ୍ଷାରେ ପହିଲି ଆମ୍ବ,ଗୁରୁବାର ବିମାନ ବିଜେ

Spread the love

ନାଗରାଜ ନ୍ୟୁଜ୍: ଆଗାମୀ ଗୁରୁବାର ବିମାନ ବିଜେ ହେବେ ରାଧା ଗୋବିନ୍ଦ। ବର୍ଷର ପ୍ରଥମ ଆମ୍ବ ରାଧା ଗୋବିନ୍ଦଙ୍କ ଅପେକ୍ଷାରେ ରହିଛି। ପ୍ରଥମ କରି ଦୋଳରେ ନାଶି ଲଗା ଆମ୍ବ  ଭୋଗ ଲାଗି ହେବା ଓଡ଼ିଶର ହୀନ୍ଦୁ ମାନେ ଆମ୍ବ ଖାଇବାର ପରମ୍ପରା ରହି ଆସିଛି।  ହୀନ୍ଦୁ ଧର୍ମ ପରମ୍ପରା ରହିଆସିଛି ଫାଲଗୁନ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ  ରାଧାଙ୍କ ସହିତ  ଗୋବିନ୍ଦ ଦୋଳ ବିମାନରେ ବିଜେ ହେବାର। ଏହି ଦିନଠାରୁ  ରାଧାଙ୍କ ସହିତ ଦୋଳ ଗୋବିନ୍ଦ ବିମାନ ଆରୂଢ ହୋଇ ଗାଁରୁ ଗାଁ ଘରକୁ ଘର ବୁଲି ଭୋଗ ଖାଇବେ ସନ୍ଧ୍ୟାରେ ଦୋଳ ବେଦୀରେ ବସି ଝୁଲିବେ, ଯାହାକୁ ଝୁଲଣ ବୋଲି କୁହାଯାଇଥାଏ। ପୂର୍ଣ୍ଣମୀ ପର୍ଯ୍ୟନ୍ତ ଭୋଗ ଖାଇବା ପରେ ସେହି ଦିନ ରାତିରେ ଦୋଳବେଦୀର ବା ଝୁଲଣ ମଣ୍ଡପରେ ନୂଆ ପଞ୍ଜିକା ପଢାଯିବାର ପ୍ରର୍ଥା ରହି ଆସିଛି। ଚଳିତ ବର୍ଷ ଆଗାମୀ ଗୁରୁବାର ଏକା ଦଶୀରେ ଦୋଳ ବିମାନ ବିଜେ ପହିଛି। ସେହିଭଳି ୨୮ ତାରିଖ ରବିବାର ଦୋଳ ପୂର୍ଣ୍ଣମି ଓ ସୋମବାର ହୋଲି ପର୍ବ ପଡିଛି। ତେବେ ସବୁ ଭିତରେ କୋଭିଡ କଟକଣା ପର୍ବ ପାଳନରେ ବାଧା ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *