ବାରଙ୍ଗର ଭାଲୁଙ୍କା ସବର ସାହିରେ ଆମ୍ବେଦକର ଜୟନ୍ତୀ

Spread the love

ବାରଙ୍ଗ : ବାରଙ୍ଗ ବ୍ଲକ ଅଧିନ ରାମଦାଶପୁର ପଞ୍ଚାୟତ ରତାଗଡ ଭାଲୁଙ୍କା ସବର ସାହି ବସ୍ତିରେ  ଭାରତୀୟ ସମ୍ବିଧାନ ପ୍ରଣେତା ଡ଼ ଭିମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ପାଳିତ ହୋଇଯାଇଛି।

ଏହି ଅବସରରେ ଭାଲୁଙ୍କା ବସ୍ତି ସବରସାହିର ମୁଖୀଆ ଖତି ନାଏକଙ୍କ ଅଧ୍ୟକ୍ଷତାରେ ଅୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ରତାଗଡ ଗ୍ରମାର ମୁଖୀଆ ତ୍ରୖଲୋକ୍ୟ ନାୟକ ଯୋଗ ଦେଇ  ଆମ୍ବେଦଦକରଙ୍କ ତୖଳଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦ୍ବିପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ବଡମ୍ବା ବ୍ଳକର ଉପାଧ୍ୟକ୍ଷ ସଦାନନ୍ଦ ସ୍ବାଇଁ ଯୋଗ ଦେଇ ଡ଼ ଅମେବଦକରଙ୍କ ଆଇନ୍ ସମ୍ପର୍କରେ ସମ୍ୟକ୍ ସୂଚନା ଦେଇ ସଚେତନ କରାଇଥିଲେ। ଆଦିବାସୀ ବିକାଶ ପରିଷଦର ମୁଖ୍ୟ ଶ୍ରୀ ଶ୍ରୀ ଟିକି ବାବା, ବନମାଳି ଦାସ ଓ ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ସମେତ ଯୋଗ ଦେଇ ଆମ୍ବେଦକରଙ୍କ ସ୍ଚାରଣ କରିଥିଲେ।

ଝୁଲେନ୍ଦ୍ର ନାଏକ,ଜଗନ ବେହେରା,ଦିଲିପ ନାଏକ,ରତ୍ନାକର ମୁଣ୍ଡା,ବାବୁଲି ମୁଣ୍ଡା,ରାଜେନ୍ଦ୍ର ମୁଣ୍ଡ,ଦାମ ସିଂ,ନନ୍ଦ ସିଂ,ରମ୍ଭା ନାଏକ,ଶୋଭାରାଣୀ ଦେହୁରି,କଲ୍ୟାଣୀ ନାଏକ,ବୀଣା ବେହେରା, ଜୀରା ବେହେରା,ରଞ୍ଜନା ବେହେରା,ମୀନା ଦେହୁରୀ,ସୁଲୋଚନା ନାଏକ,ମୀର ନାଏକ,ସଜନୀ ନାନୀ ପ୍ରମୂଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *