କୋଭାକ୍ସିନ୍ ଟିକା ଦର ହ୍ରାସ

Spread the love

ନୂଆଦିଲ୍ଲୀ: ଭାରତ ବାୟୋଟେକ  କୋଭାକ୍ସିନ ଟିକାର ଦାମ ହ୍ରାସ କଲା। ଗତକାଲି  ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ’ ରାଜ୍ୟମାନଙ୍କ ପାଇଁ କରୋନା ଟିକା‘କୋଭିସିଲ୍‌ଡ’ର ମୂଲ୍ୟ ହ୍ରାସ କରିବା ପରେ ଏବେ ଭାରତ ବାୟୋଟେକ ମଧ୍ୟ କୋଭାକ୍ସିନ ଟିକାର ଦାମ ହ୍ରାସ କରିଛି।

ପୂର୍ବରୁ ‘କୋଭିସିଲ୍‌ଡ’ର ମୂଲ୍ୟ ୪୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ହ୍ରାସ କରି ରାଜ୍ୟମାନଙ୍କ ପାଇଁ ୩୦୦ ଟଙ୍କା କରିଥିଲା । ପୂର୍ବରୁ  ଭାରତ ବାୟୋଟେକ  କୋଭାକ୍ସିନ ଦାମ ୬୦୦ଟଙ୍କା ଥିବା ବେଳେ ଏବେ ଟିକାର  ମୂଲ୍ୟ ହ୍ରାସ କରାଯାଇ ୪୦୦ଟଙ୍କା କରାଯାଇଛି। ରାଜ୍ୟମାନେ ଏବେ କୋଭାକ୍ସିନ  ଟିକା ଗୋଟିଏ ଡୋଜ୍ ପିଛା ୪୦୦ଟଙ୍କାରେ କିଣିପାରିବେ ବୋଲି ଭାରତ ବାୟୋଟେକ ପକ୍ଷରୁ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *