୪ ଲୁଟେରା ଗିରଫ, ୧ କ୍ୟାମେରା, ୨୦ ମୋବାଇଲ ଫୋନ୍ ଓ ବାଇକ ଜବତ

Spread the love

ଭୁବନେଶ୍ବର:  ଚନ୍ଦକା ଥାନା ପୁଲିସ ୪ ଲୁଟେରାଙ୍କୁ ଗିରଫ କରି କୋଟଚାଲାଣ କରିଛି। ଏମାନଙ୍କ ମଧ୍ୟରେ ୩ ଜଣ ଯୁବକ ଥିବା ବେଳେ ଜଣେ ନାବାଳକ ଅଛି।  ଗିରଫ  ଲୁଟେରା ମାନେ ହେଲେ ମହାଙ୍ଗା ଅଞ୍ଚଳର ଭୁବନେଶ୍ୱର ଛଅ ନିମ୍ବର ବସ୍ତିରେ ରହୁଥିବା ନିବିନ ଶତପଥୀ ଓରଫ ରାଜା (୨୦) ,ଶିଶୁପାଳ ଗଡ଼ରେ ରହୁଥିବା ଢେଙ୍କାନାଳ ଲାଉଳୀର ଜିତେନ୍ଦ୍ର ଓଝା ଓରଫ ଜିତୁ (୨୨), କୋଣାର୍କ ଅଞ୍ଚଳ ଡାଳିମ୍ବଗରାଡିର ବିଷ୍ଣୁ ପ୍ରସାଦ ଜେନା ଓରଫ ଚନ୍ଦନ (୨୨) ଓ ଜଣେ ନାବାଳକ । ସହିତ ସେମାନଙ୍କ ଠାରୁ ଲୁଟିଥିବା ୨୦ ମୋବାଇଲ୍ ଫୋନ ୧ ଡିସିଏଲ କ୍ୟାମେରା ଓ ଚୋରିରେ ବ୍ୟବହୃତ ଏକ ପଲସର ୨୨୦ (ଓଡି ୩୩ ଜିଇ ୧୧୫୭) ଜବତ କରିଛି।

ଅଭିଯୋଗ ମୁତାବକ ଗତ ମାର୍ଚ୍ଚ ମାସ ୨୧ ତାରିଖରେ ଭୁବନେଶ୍ୱର ୮ ନମ୍ବର  ଡିଏଭି ସ୍କୁଲର ଛାତ୍ର ସମ୍ବିତ ସ୍ୱାଇଁ ଓ ଗରିଜା ପ୍ରସାଦ ଝୁମୁକା ବୁଲିବାକୁ ଆସିଥିଲେ।  ତାଙ୍କ ଫେସବୁକ୍‌ ପ୍ରେଣ୍ଡ ଜିତେନ୍ଦ୍ର କୁମାର ଓଝା ଓ ବିଷ୍ଣୁପ୍ରସାଦ ଜେନାଙ୍କ ସହିତ ଝୁମୁକା ଡ୍ୟାମବୁଲି ଫଟ ଉଠାଉଥିଲେ। ବିଷ୍ଣୁ ଓ ଜିତେନ୍ଦ୍ର ତାଙ୍କ ଠାରୁ କ୍ୟାମେରା ଛଡାଇ ନେଇଥିବା ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ଚନ୍ଦକା ଥାନା ପୁଲିସ ଅଭିଯୋଗକୁ ଭିର୍ତ୍ତି କରି ତଦନ୍ତ କରୁଥିବା ବେଳେ ମୋବାଇଲ ଟ୍ରାକିଂ କରି ଆଶାମୀଙ୍କୁ ଧରିବାକୁ ସକ୍ଷମ ହୋଇଥିଲା।

 

Leave a Reply

Your email address will not be published. Required fields are marked *