୩ଟି ଜିଲ୍ଲା ପାଇଁ ପ୍ୟାକେଜ ଘୋଷଣା

Spread the love

ଭୁବନେଶ୍ୱର: ମହାମାରୀର କରାଳ ଗ୍ରାସ ରାଜ୍ୟବାସିଙ୍କୁ ଗ୍ରାସିବାରେ ଲାଗିଛି। ପ୍ରତିଦିନ ୧୦ ହଜାର ପାଖାପାଖି ଆକ୍ରାନ୍ତ ଚହ୍ନଟ ହେଉଥିବା ଦେଖିବାକୁ ମିଳୁଛି। ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭.୬୨ କୋଟି ମଞ୍ଜୁର କରିଛନ୍ତି। ଏହି ଅର୍ଥ ରାଜ୍ୟରେ କୋଭିଡ୍‌ ପରିଚାଳନା କରିବାରେ ଖର୍ଚ୍ଚ ହେବ।

ଆଜି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ଅର୍ଥ ଭିତରେ ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି ଓ ସମ୍ବଲପୁର ପାଇଁ ୪ କୋଟି ୬୨ ଲକ୍ଷ ରହିଛି। ପୂର୍ବରୁ ପୁରୀ ପାଇଁ ୧୪ କୋଟି ୫୯ ଲକ୍ଷ ୭୪ ହଜାର ୪୦୮ ଟଙ୍କା ଘୋଷଣା ହୋଇଥିଲା। ଏବେ ଆଉ ୨ କୋଟିକୁ ମିଶାଇ ୧୬ କୋଟି ୫୯ ଲକ୍ଷ ୭୪ ହଜାର ୪୦୮ରେ ପହଞ୍ଚିଛି ସହାୟତା ରାଶି।

ସେହିପରି ସୁବର୍ଣ୍ଣପୁରକୁ ପୂର୍ବରୁ ଅଢେଇ କୋଟି ଘୋଷଣା ହୋଇଥିଲା। ଏବେ ଏହି ସହାୟତା ରାଶି ମିଶିଲେ ସାଢେ ତିନିକୋଟିରେ ପହଞ୍ଚିବ। ସମ୍ବଲପୁରକୁ ଆଜି ୪ କୋଟି ୬୨ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରାଯାଇଥିବା ବେଳେ ପୂର୍ବ ରାଶିକୁ ମିଶାଇ ଏବେ ଏହା ୧୬ କୋଟି ୧୨ ଲକ୍ଷ ୮୦ ହଜାର ୬୯୨କୁ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *