ପରଲୋକରେ ଚାରଣ ରାମଦାସ

Spread the love

ପୁରୀ: ପ୍ରଖ୍ୟାତ ପ୍ରବଚକ ଭାବେ ପରିଚିତ ପଣ୍ଡିତ ଚାରଣ ରାମଦାସଙ୍କ ଦେହାନ୍ତ ହୋଇଛି । ସେ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ପୁରୀ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  

ଜଣେ ପ୍ରଖ୍ୟାତ ପ୍ରବଚକ ଭାବେ ଓଡିଶାର ଘରେ ଘରେ ପରିଚିତ ଚାରଣ ରାମଦାସ। ପ୍ରବଚନ ସମୟରେ ତାଙ୍କର ସାରମର୍ମ କଥା ସହିତ ମଝିରେ ମଝିରେ ବ୍ୟାଙ୍ଗାତ୍ମକ ଶୈଳୀକୁ ଲୋକେ ଖୁବ୍ ଭଲପାଆନ୍ତି। ରାଜ୍ୟର ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ସେ ପ୍ରବଚନ ଦେଇଛନ୍ତି। ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ମଧ୍ୟ ସେ ମୁକ୍ୟବକ୍ତା ଭାବେ ଲୋକଙ୍କ ଭଗବତ କଥା ଶୁଣାଇଛନ୍ତି। ତାଙ୍କର କଥା ଶୁଣିବାକୁ ଲୋକମାନେ ବେଶ ଆଗ୍ରହ ପ୍ରକାଶ କରିଥାନ୍ତି । ହେଲେ ଆଜି ତାଙ୍କ ଦେହାନ୍ତରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି । କିଛି ଦିନ ପୂର୍ବେ ସେ କରୋନା ସଂକ୍ରମିତ ହୋଇଥିଲେ। ଫୁସଫୁସ୍ ସଂକ୍ରମଣ ହେବାରୁ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିଥିଲା। ହେଲେ ଆଜି ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।

Leave a Reply

Your email address will not be published. Required fields are marked *