ଉତ୍ତରପ୍ରଦେଶରେ ୟେଲୋ ଫଙ୍ଗସ୍ ଚିହ୍ନଟ

Spread the love

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଠାରେ ବ୍ଲାକ୍ ଫଙ୍ଗସ ଦେଖାଯାଉଥିଲା । ଏବଂ ପରେ ହ୍ବାଇଟ୍‌ ଫଙ୍ଗସ୍‌, ଏବେ ୟେଲୋ ଫଙ୍ଗସ୍‌ ଦେଖାଦେଖାଯାଉଥିବାର ଡାକ୍ତର ଚିହ୍ନଟ କରିଛନ୍ତି । ଉତ୍ତର ପ୍ରଦେଶରେ ଗାଜିଆବାଦ ଜିଲ୍ଲାରେ ୟେଲୋ ଫଙ୍ଗସ୍‌ରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି କର୍ଣ୍ଣ, ନାସା ଓ ଗଳା ବି‌ଭାଗ ବିଶେଷଜ୍ଞ ଡାକ୍ତର ବି ପି ତ୍ୟାଗୀ ସୂଚନା ଦେଇଛନ୍ତି। ସଂପୃକ୍ତ ରୋଗୀ ଜଣକ ସେଠାକାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସଂପୃକ୍ତ ରୋଗୀଜଣକ ବ୍ଲାକ୍ ଏବଂ ହ୍ବାଇଟ୍ ଫସଙ୍ଗ୍‌ରେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ୪୫ ବର୍ଷ ବୟସ୍କ ଏହି ରୋଗୀଙ୍କର ଘର ସଂଜୟ ନଗରରେ ବୋଲି ଡାକ୍ତର ତ୍ୟାଗୀ କହିଛନ୍ତି।

ୟେଲୋ ଫଙ୍ଗସ୍‌ ବା ମ୍ୟୁକର ସେପ୍ଟିକସ୍‌ରେ ଆକ୍ରାନ୍ତ ରୋଗୀଙ୍କ ଠାରେ ଆଳସ୍ୟ, ଖାଇବା ପାଇଁ ଆଗ୍ରହ କମିଯିବା ଏବଂ ଓଜନ ହ୍ରାସ ଭଳି ଲକ୍ଷଣ ଦେଖାଯାଉଛି।

ସଂକ୍ରମଣ ଅଧିକ ଦିନ ରହିଲେ ରୋଗୀ ଦେହରୁ ପୂଯ ବାହାରିବା, ଘାଆ ଶୁଖିବା ବିଳମ୍ବ ହେବା ଏବଂ ପୁଷ୍ଟିହୀନତା ଯୋଗୁ ଆଖି ତଳ କଳା ପଡ଼ିବା, ଅଙ୍ଗପ୍ରତ୍ୟଙ୍ଗ ନଷ୍ଟ ହୋଇଯିବା, ଜୀବନ୍ତ କୋଷର ଅପରିପକ୍ବ ମୃତ୍ୟୁ ଆଦି ଦେଖିବାକୁ ମିଳିଥାଏ। ଶରୀରର ଅଭ୍ୟନ୍ତରରେ ଉକ୍ତ ରୋଗ ଆରମ୍ଭ ‌ହେଉଥିବାରୁ ଏହାକୁ ଘାତକ ରୋଗ ଭାବେ ବିବେଚନା କରାଯାଉଛି। ଉକ୍ତ ରୋଗକୁ କେବଳ ଆମ୍ଫୋଟେରାସିନ୍-ବି ଇଞ୍ଜେକ୍ସନ ମାଧ୍ୟମରେ ଚିକିତ୍ସା କରାଯାଇଥାଏ ବୋଲି ଡାକ୍ତର ତ୍ୟାଗୀ କହିଛନ୍ତି।

ତେବେ ରୋଗୀ ରହୁଥିବା ଘରର ଆଦ୍ରାତା ମଧ୍ୟ ଗରୁତ୍ବପୂର୍ଣ୍ଣ। ଘରର ଆଦ୍ରତା ଅଧିକ ରହିଲେ ଫଙ୍ଗସ ଏବଂ ବ୍ୟାକ୍ଟେରିଆ ଅଧିକ ମାତ୍ରାରେ ବଢ଼ିବା ସୁଯୋଗ ପାଇଥାନ୍ତି। କରୋନା ପରେ ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ଯଥାସମ୍ଭବ ନେବା ଆବଶ୍ୟକ। ଏହାହେଲେ ୟେଲୋ ଫଙ୍ଗସ୍ ଭଳି ଜଟିଳତା ଦେଖିବାକୁ ମିଳି ନଥାଏ। ୟେଲୋ ଫଙ୍ଗସ୍‌ରେ ପୀଡ଼ିତ ରୋଗୀ ଜଣକ ଦୁଇ ମାସ ତଳେ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥାରେ ସୁଧାର ଆସୁଥିଲା। କିନ୍ତୁ ହଠାତ୍ ତାଙ୍କ ମୁହଁ ‌ଫୁଲିଲା। ତାହା ପରେ ସେ ତାଙ୍କ ଆଖି ଖୋଲି ପାରିଲେ ନାହିଁ। ଏଥିସହିତ ନାକ ଏବଂ ପରିଶ୍ରାରେ ରକ୍ତ ପଡ଼ିଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାରୁ ସେ ୟେଲୋ ଫଙ୍ଗସ୍‌ରେ ପୀଡ଼ିତ ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *