ବାତ୍ୟା ପାଇଁ ବିମାନ ଚଳାଚଳ ବନ୍ଦ

Spread the love

ଭୁବନେଶ୍ବର : ବାତ୍ୟା ୟାସ୍ ୨୬ତାରିଖ ସକାଳେ ସ୍ଥଳ ଭାଗ ଛୁଇଁବ । ଏହାର ପ୍ରଭାବରେ ପ୍ରବଳ ବର୍ଷା ପବନ ହେବ। ଏହାକୁ ଦୃଷ୍ଟିରେ ରଖି ବିମାନ ଉଡ଼ାଣ କମ୍ପାନିଗୁଡ଼ିକ ବୁଧବାର ଭୁବନେଶ୍ବର ବିମାନବନ୍ଦରରୁ ବିମାନ ସେବା ବନ୍ଦ ରଖିଛି । ଯାହା ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକଙ୍କ କହିବାନୁଯାୟୀ, ବୁଧବାର ବର୍ଷା ପବନ ହେଲେ ବିମାନ ସେବା ବନ୍ଦ ରହିବ। ଏବେ ବହୁତ କମ୍‌ ବିମାନ ଯାତାୟତ କରୁଥିବାବେଳେ ଆଜି ୧୧ଟି ବିମାନ ଉଡ଼ାଣ କରିଛି। ବହୁ ବିମାନରେ ଯାତ୍ରୀ ହେଉନାହାନ୍ତି। ବୁଧବାରର ବାତ୍ୟାକୁ ଦେଖି ବିମାନ ଉଡ଼ାଣ ବନ୍ଦ ରଖିବାକୁ କମ୍ପାନିଗୁଡ଼ିକ ପ୍ରାୟତଃ ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *