ସ୍ଵାଭାବିକ ହେବ ସମସ୍ତ ରେଳ ସେବା

Spread the love

ଭୂବନେଶ୍ବର: ବାତ୍ୟା ୟାସର ପ୍ରଭାବକୁ ଦୃଷ୍ଟିରେ ରଖି ରେଳ ସେବାକୁ ବନ୍ଦ କରାଯାଇଥିଲା । ବାତିଲ୍‌ ହୋଇଥିବା ସମସ୍ତ ସ୍ବତନ୍ତ୍ର ଟ୍ରେନ୍‌ ସେବା ଆଜିଠାରୁ ପୁଣିଥ‌ରେ ସ୍ବାଭାବିକ ଭାବେ ଚଳାଚଳ କରିବ । ଯାହା ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ବାତ୍ୟାକୁ ନଜରରେ ରଖି ରେଳପଥ ପକ୍ଷରୁ ଖଡ଼ଗପୁର-ବିଶାଖାପାଟଣା ରେଳ ସେକ୍ସନରେ ୧୨୪ଟି ଟ୍ରେନକୁ ବାତିଲ କରାଯାଇଥିଲା। ଟ୍ରାକ୍ ଓ ବ୍ରିଜ୍ ଇଞ୍ଜିନିୟର୍ସ, ଓଭର ହେଡ୍ ଇଲେକ୍ଟ୍ରିସିଟି ଇଞ୍ଜିନିୟର୍ସ ସମେତ ରେଲୱେ ଟିମ୍‌ ଭୁବନେଶ୍ବର ଓ ଖଡ଼ଗପୁର ମଧ୍ୟରେ କ୍ଷୟକ୍ଷତିର ଅନୁଧ୍ୟାନ କରୁଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ବାତ୍ୟା ପରେ ସ୍ଥିତିରେ ଉନ୍ନତି ଆସିବା ହେତୁ ଟ୍ରେନ୍ ଚଳାଚଳର ନିରାପତ୍ତା ସମୀକ୍ଷା କରାଯିବା ପରେ ଆଜି ସନ୍ଧ୍ୟାଠାରୁ ଗୁଡ୍‌ସ ଟ୍ରେନ୍ ଚଳାଚଳ କରିଛି। ଆଜିଠାରୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ।

ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଟ୍ରାକ, ବ୍ରିଜଗୁଡ଼ିକର ପାଟ୍ରୋଲିଂ ଏବଂ ପୁନଃସ୍ଥାପନା ପାଇଁ ଯୋଜନା କରାଯାଇଛି। ଟ୍ରେନ୍ ସେବାଗୁଡ଼ିକ ଯେପରି ଶୀଘ୍ର ପୁନରୁଦ୍ଧାର ହୋଇପାରିବ ସେଦିଗରେ କାର୍ଯ୍ୟ ଚାଲିଛି। ପାରାଦୀପ ଓ ଧାମରା ବନ୍ଦର ଷ୍ଟେସନରେ ଯନ୍ତ୍ରପାତି ଲୋଡିଂ ଓ ଅନଲୋଡିଂ, ଟ୍ରାକର ଯାଞ୍ଚ ଶେଷ ପରେ ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ପୁନଃ ଆରମ୍ଭ ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ଯୋଗୁଁ ଟ୍ରାକର ଜଳମଗ୍ନ ପରି କ୍ଷୟକ୍ଷତିର ଯାଞ୍ଚ କରାଯାଉଛି।

ଟାୱାର ୱାଗନ୍ ମାଧ୍ୟମରେ ଯାଞ୍ଚ ଓ ଛୋଟ ମରାମତି କାର୍ଯ୍ୟ ଚାଲିଛି। ସିଗନାଲିଂ ସିଷ୍ଟମ୍ ଓ ପ୍ୟାନେଲ୍ ୱାର୍କିଂର ଯାଞ୍ଚ ହେଉଛି। ସମ୍ପୃକ୍ତ ବିଭାଗଗୁଡିକରୁ ଟ୍ରାକ୍ ଓ ଓଭର ହେଡ୍ ଇଲେକ୍ଟ୍ରିଫିକେସନ୍ ଫିଟନେସ୍ ସଫା କରାଯାଉଥିବା ନେଇ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *