ଜୁନ ୧ରୁ ହେବ ଅନଲାଇନ କ୍ଲାସ

Spread the love

ଭୂବନେଶ୍ବର: ଜୁନ ୧ରୁ ହେବ ଅନଲାଇନ କ୍ଲାସ ଯାହା ଆଜି ଓଡିଶା ସରକାର ସ୍ପଷ୍ଟ କରିଛନ୍ତି । ଯେ କୌଣସି ବିଶ୍ୱବିଦ୍ୟାଳୟ କିମ୍ବା କଲେଜରେ ଶ୍ରେଣୀଗୃହ ଶିକ୍ଷାଦାନ ହେବ ନାହିଁ କିନ୍ତୁ ଆସନ୍ତା ସପ୍ତାହରେ ଗ୍ରୀଷ୍ମ ଛୁଟି ଶେଷ ହେବା ପରେ କେବଳ ଅନଲାଇନ୍ କ୍ଲାସ୍ ଆରମ୍ଭ ହେବ।

ଗତକାଲି ରାଜ୍ୟରେ ଆସନ୍ତା ଜୁନ ୧ରୁ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଗ୍ରୀଷ୍ମ ଛୁଟି ସମାପ୍ତ ହେବା ପରେ ରାଜ୍ୟରେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ  ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ସୂଚନା ଦେବା ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କ୍ଲାସ କିପରି ହେବ ସେ ନେଇ ଦ୍ବନ୍ଦ୍ବ ଦେଖା ଦେଇଥିଲା।

ଏହାକୁ ନେଇ ଆଜି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏକ ଟ୍ବିଟ୍ କରି ଏ ବିଷୟରେ ସ୍ପଷ୍ଟ କରିଛନ୍ତି। ଘୋଷଣା ଅନୁଯାୟୀ, ପରବର୍ତ୍ତୀ ଆଦେଶ ପର‌୍ୟ୍ୟନ୍ତ ଅନୁଷ୍ଠାନର ହଷ୍ଟେଲଗୁଡ଼ିକ ବନ୍ଦ ରହିବ। ୟୁଜିସିର ନିଷ୍ପତ୍ତିକୁ ଆଧାର କରି ଖୁବ ଶୀଘ୍ର ପରୀକ୍ଷା କାର‌୍ୟ୍ୟସୂଚୀ ଜଣାଯିବ ବୋଲି ସରକାର କହିଛନ୍ତି।

Leave a Reply

Your email address will not be published. Required fields are marked *