ଡା. ଦେବାଶିଷ ପାଣିଗ୍ରାହୀଙ୍କ ସ୍ବାସ୍ଥ୍ଯବସ୍ଥା କରୋନାରେ ଗୁରୁତର ହେବାରୁ ହାଇଦ୍ରାବାଦ ସ୍ଥାନାନ୍ତର

Spread the love

ଭୂବନେଶ୍ବର: କରୋନା ସଂକ୍ରମିତ ହେବା ପରେ ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡା.ଦେବାଶିଷ ପାଣିଗ୍ରାହୀଙ୍କ ସ୍ବାସ୍ଥ୍ଯବସ୍ଥା ଏବେ ଗୁରୁତର ରହିଛି । ଏଥିପାାଇଁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ହେଉଛି ।

ବରିଷ୍ଠ ଆଇପିଏସ୍ ଅଧିକାରୀ ଗତ ସପ୍ତାହରୁ କଟକସ୍ଥିତ ଏକ ଘରୋଇ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆଜି ହାଇଦ୍ରାବାଦକୁ ପଠାଯିବ ବୋଲି ସୂତ୍ରରୁ ପ୍ରକାଶ।

ଖବର ଅନୁଯାୟୀ, ଡା. ପାଣିଗ୍ରାହୀଙ୍କୁ ମେ ୨୯ରେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସିତ ହେବାର ଦୁଇ ଦିନ ପରେ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ବିଗିଡି ଯାଇଥିଲା। ସେ ଆଇସିୟୁରେ ଥିଲେ ଏବଂ ପରେ ଏକ ଭେଣ୍ଟିଲେଟର ଲଗାଯାଇଛି ।

ତାଙ୍କର ଅମ୍ଳଜାନ ସ୍ତର କ୍ରମାଗତ ଭାବରେ ହ୍ରାସ ପାଉଛି ଏବଂ କୈଣସି ଉନ୍ନତି ପରିଲକ୍ଷିତ ହେଉନାହିଁ । ଡାକ୍ତରୀ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ତାଙ୍କୁ କରୋନା ସଂକ୍ରମଣ ପାଇଁ ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *