ଲକଡାଉନ ଓ ସଟଡାଉନରେ ଖୋଲା ରହିବ କୃଷି ସାମଗ୍ରୀ ଦୋକାନ

Spread the love

ଭୂବନେଶ୍ବର: ରାଜ୍ୟରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୂର୍ବରୁ ଲକଡାଉନ ଓ ସଟଡାଉନ କରାଯାଇଛି । ଏହି ନିୟମକୁ ରାଜ୍ଯରେ କଡାକଡି ଭାବେ ପାଳନ କରାଯାଉଛି ।ଏସବୁ ମଧ୍ୟରେ ଆଗକୁ ହେବ ଚାଷ କାମ । ତେଣୁ ଲକଡାଉନ ହେଉକି ସଟଡାଉନ ଔଷଧ ଦୋକାନ ଭଳି ରାଜ୍ୟରେ ସବୁ ସମୟରେ କୃଷି ସାମଗ୍ରୀ ଦୋକାନ ଖୋଲା ରହିପାରିବ। ଏବେ ଚାଷ ଋତୁ ଆରମ୍ଭ ହୋଇଯାଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବିହନ, ସାର, ଔଷଧ, କୃଷି ଯନ୍ତ୍ରାଂଶ ଦୋକାନଗୁଡ଼ିକ ପାଇଁ ଆଉ କଟକଣା ରହିବ ନାହିଁ । ଯେଉଁ ସମୟରେ ବି ଏହି ଦୋକାନ ଖୋଲିପାରିବ ।

ସୂଚନାଯୋଗ୍ୟଯେ, କରୋନା ସଂକ୍ରମଣ ରୋକିବା ପାଇଁ ସାରା ରାଜ୍ୟରେ ଲକଡାଉନ ଆସନ୍ତା ଜୁନ ୧୭ ପର୍ଯ୍ୟନ୍ତ ଜାରି ରହିବ । ଲକଡାଉନ ବେଳେ କେବଳ ରାସନ, ପରିବା ଓ ମାଛ ମାଂସ ଦୋକାନ ୧୧ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ଅନ୍ୟ ସବୁ ଦୋକାନ ବନ୍ଦ ରହିଛି । କିନ୍ତୁ କୃଷିଜାତ ସାମଗ୍ରୀ ଦୋକାନ ସବୁବେଳେ ଖୋଲା ରହିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *