ସୁସ୍ଥ ହୋଇ ଘରକୁ ଫେରିଲେ ବଲିଉଡ ଅଭିନେତା ଦିଲ୍ଲୀପ କୁମାର

Spread the love

ନୂଆଦିଲ୍ଲୀ : ସୁଧୁରିଲା ବଲିଉଡ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା। ସେ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିବାରୁ ଗତ ୬ ତାରିଖ ଦିନ ତାଙ୍କୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଜଲିଲ ପାରକାର ତାଙ୍କର ଚିକିତ୍ସା କରୁଥିଲେ।

ପ୍ରକାଶ ଥାଉକି, ଅଭିନେତା ଦିଲୀପ କୁମାର ଗତ ୬ ତାରିଖ ଦିନ ମୁମ୍ଵାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ନିଶ୍ଵାସ ପ୍ରଶ୍ଵାସରେ ଅସୁବିଧା ହେବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏନେଇ ତାଙ୍କର ପତ୍ନୀ ଅଭିନେତ୍ରୀ ସାଇରା ବାନୁ ସୂଚନା ଦେଇଥିଲେ।

୯୮ ବର୍ଷୀୟ ଦିଲୀପ କୁମାର କରୋନା କାଳରେ ସମ୍ପୂର୍ଣ୍ଣ ରୂପେ ସାବଧାନତା ଅବଲମ୍ବନ କରୁଛନ୍ତି। ଏପରିକି ସେ ତାଙ୍କର ଜନ୍ମଦିନ ମଧ୍ୟ ପାଳନ କରି ନଥିଲେ। ସେ ୨୦୨୦ରୁ ତାଙ୍କ ପତ୍ନୀଙ୍କ ସହ କ୍ଵାରେଣ୍ଟାଇନରେ ଅଛନ୍ତି।

Leave a Reply

Your email address will not be published. Required fields are marked *