କରୋନା କଟକଣା ଭିତରେ ପାଳିତ ରଜ ମହୋତ୍ସବ

Spread the love

ଓଡ଼ିଶାର ରଜ ଏକ ମୁଖ୍ୟ ଗଣପର୍ବ । ଏହାକୁ ସାଂସ୍କୃତିକ ପର୍ବ ମଧ୍ୟ କୁହାଯାଏ । ଏହି ପର୍ବକୁ ଓଡ଼ିଶାର ସମସ୍ତ ଝିଅ ଉଲ୍ଲାସର ସହିତ ଅପେକ୍ଷା କରିଥାନ୍ତି । ପହିଲି ରଜର ପୂର୍ବ ଦିନ ଭାଇମାନେ ଦୋଳି ବାନ୍ଧିବା ସହ ଝିଅ ମାନେ ମେହେନ୍ଦି ଲଗାଇ ସଜ ହେଉଥିଲେ । ଘରେ ଘରେ ବିରି ଚାଉଳ ଭିଜେଇ ମାଆ ମାନେ ପିଠା ପ୍ରସ୍ତୁତିରେ ଲାଗି ଯାଇଥିଲେ ।ରଜର ପ୍ରଥମ ଦିନ ଅର୍ଥାତ ପହିଲି ରଜ, କରୋନା କଟକଣା ଭିତରେବି ସାରା ରାଜ୍ୟରେ ପାଳିତ ହୋଇଛି

ଘରେ ରହି ରଜର ମଜା ନେଉଛନ୍ତି ଆବଳବୃଦ୍ଧବନିତା। ଏଥର ରଜ ଫିକା ପଡ଼ିଥିଲେ ମଧ୍ୟ କାହାରି ମନରୁ କମିନି ଉତ୍ସାହ । ବର୍ଷା ଭିଜା ପହଲି ରଜର ମଜା ଉଠାଉଛନ୍ତି ଓଡ଼ିଶାବାସୀ । ରଜ ଏମିତି ଏକ ପର୍ବ, ଯେଉଁଠି କୁଆଁରୀ ଝିଅମାନେ ବିଭିନ୍ନ ବିଧି ମାନି ଚାଲିଥାନ୍ତି । ଏହି ଦିନ ସେମାନଙ୍କୁ କୌଣସି ବି କାମ କରିବାକୁ ଦିଆଯାଇ ନଥାଏ।

ରଜ ତିନିଦିନ କୌଣସି ଜିନିଷ କଟା ବଟା କରନ୍ତି ନାହିଁ । ରାତି ପାହାନ୍ତାରୁ ଉଠି ଗାଧୋଇ ଥାନ୍ତି। ନୂଆ ଡ୍ରେସ ପିନ୍ଧି ପାଦରେ ଅଳତା ଲଗାଇ ଦୋଳି ଖେଳି ମଉଜ କରିଥାନ୍ତି। ରଜରେ ଝିଅମାନେ ବହୁତ ସୁନ୍ଦର ଭାବେ ନିଜକୁ ସଜେଇ ଥାନ୍ତି, ମୁଣ୍ଡରେ କୁଙ୍କୁମ, ଚନ୍ଦନ ଲଗାଇ ସାଜସଜ୍ଜା
ହୋଇଥାନ୍ତି । ଘରେ ଭଳିକି ଭଳି ପିଠାର ଆୟୋଜନ ହୋଇଥାଏ । ପିଠା, ପୋଡ଼ପିଠା, ଖିରି, ଖେଚୁଡ଼ି ଓ ମିଠାରେ ଘର ଅଗଣା ମହକି ଉଠିଥାଏ । ସମସ୍ତେ ପିଠା ଖାଇ ଆନନ୍ଦ ଅନୁଭବ କରିଥାନ୍ତି । ଆଉ ତା’ ସାଙ୍ଗକୁ ରଜ ପାନ ଖୁଆ ଉତ୍ସବକୁ ଆହୁରି ଉତ୍ସବମୁଖର କରିଦିଏ । ରଜ ତିନିଦିନ ଯାକ ପିଠା ଖାଇ, ଦୋଳି ଖେଳି ଝିଅ ବୋହୁମାନେ ବେଶ ଉତ୍ସାହର ସହିତ ଏହାକୁ ପାଳନ କରିଥାନ୍ତି ।

Leave a Reply

Your email address will not be published. Required fields are marked *