ଜନସମର୍ଥନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗରେ

Spread the love

ନୂଆଦିଲ୍ଲୀ: ଜନସମର୍ଥନରେ ବିଶ୍ବ ରାଜନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ସବୁଠୁ ଆଗରେ ରହିଥିବାର ଆମେରିକୀୟ ‘ଡାଟା ଇଣ୍ଟେଲିଜେନ୍‌ସ୍‌ ଫାର୍ମ’ ‘ମର୍ଣ୍ଣିଂ କନ୍‌ସଲ୍‌ଟ୍‌’ କରିଥିବା ସର୍ଭେରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ରହଣୀୟତା ବା ଜନସମର୍ଥନ ହାର ୬୬% ଥିବା କଥା ଜଣାପଡ଼ିଛି।

ଦେଶରେ ପ୍ରଳୟଙ୍କରୀ କୋଭିଡ୍‌-୧୯ ମହାମାରୀ ବିସ୍ତାର କାରଣରୁ ଜନପ୍ରିୟତା ହ୍ରାସ ପାଇଥିଲେ ବି ବିଶ୍ବସ୍ତରରେ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍‌, ରଷିଆ, ଅଷ୍ଟ୍ରେଲିଆ, ଫ୍ରାନ୍ସ୍‌, କାନାଡା, ବ୍ରାଜିଲ୍ ଏବଂ ଜର୍ମାନି ସମେତ ୧୩ରୁ ଊର୍ଦ୍ଧ୍ବ ଦେଶର ରାଜନେତାମାନଙ୍କ ମଧ୍ୟରେ ମୋଦୀଙ୍କର ଉପରୋକ୍ତ ଜନସମର୍ଥନ ହାର ଅଧିକ ରହିଛି।

‘ମର୍ଣ୍ଣିଂ କନ୍‌ସଲ୍‌ଟ୍‌’ କରିଥିବା ସର୍ବେକ୍ଷଣ ଅନୁସାରେ, ସମର୍ଥନ ନମୁନା ଭାବେ ଭାରତରେ ୨,୧୨୬ଜଣ ପ୍ରାପ୍ତ ବୟସ୍କଙ୍କ ମତ ଗ୍ରହଣ କରାଯାଇଥିଲା। ସେହି ଆଧାରରେ ଜୁନ୍‌ ୧୭ ତାରିଖରେ ଅପ୍‌ଡେଟ୍‌ କରାଯାଇଥିବା ‘ଗ୍ଲୋବାଲ୍‌ ଲିଡର୍‌ ଆପ୍ରୋଭାଲ୍‌ ରେଟିଙ୍ଗ୍‌ ଟ୍ରାକର୍‌’ ଫଳାଫଳ ଦର୍ଶାଇଛି କି, ମୋଦୀଙ୍କୁ ୬୬% ଜନତା ସମର୍ଥନ କରୁଥିବା ବେଳେ ୨୮% ଜନତା ସମର୍ଥନ କରୁନାହାନ୍ତି।

Leave a Reply

Your email address will not be published. Required fields are marked *