ଅକ୍ସି ବ୍ୟାଙ୍କ ସେବାର ଶୁଭାରମ୍ଭ

Spread the love

ଭୂବନେଶ୍ବର: ରୋଟାରୀ କ୍ଲବ ଅଫ୍ ଇମ୍ଫୋସିଟି ଭୁବନେଶ୍ଵର କରୋନା ମହାମାରୀର ଦ୍ୱିତୀୟ ଲହରି ସମୟରେ ଅକ୍ସିଜେନ ଅଭାବ ଜନିତ ସମସ୍ୟା ଦୂର କରିବା ପାଇଁ ନିଜସ୍ଵ ଉଦ୍ୟମରେ ଏକ ଅକ୍ସି ବ୍ୟାଙ୍କ ସେବାର ଶୁଭାରମ୍ଭ କରିଛି । ଉକ୍ତ ଅକ୍ସି ବ୍ୟାଙ୍କକୁ ଭୁବନେଶ୍ଵର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଦ୍ୱାରା ପଟିଆସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ଅକ୍ସି ବ୍ୟାଙ୍କ ଚେୟାରମ୍ୟାନ ରୋଟାରିଆନ ସୁଭ୍ରାଂଶୁ ତ୍ରିପାଠୀ, ସଭାପତି ବିଭୁତି ଭୂଷଣ ଦାଶ, ସମ୍ପାଦକ ଦେବାଶିଷ ମିଶ୍ର, ଜ୍ୟୋତିଷ ତ୍ରିପାଠୀ, ପ୍ରସନ୍ନ ପଣ୍ଡା, ସମ୍ବିତ ଦାଶ, ସତ୍ୟ ରଞ୍ଜନ ଷଡଙ୍ଗୀ, ସତ୍ୟଜିତ ରଥ, ସଞ୍ଜୟ ଦାଶ ଓ ଇନର ହୁଇଲ କ୍ଲବ ସଦସ୍ୟଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଯାଇଅଛି।

Leave a Reply

Your email address will not be published. Required fields are marked *