ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଆବେଦନ ଉପରେ କେନ୍ଦ୍ର ରଖିଛି ଜବାବ

Spread the love

ନୂଆଦିଲ୍ଲୀ: ଆଇନଜୀବୀ ଗୌରବ କୁମାର ବନସଲ ଏବଂ ରୀପକ କନସଲ ଦେଶରେ କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା କେନ୍ଦ୍ର ସରକାର ଦେବା ଦରକାର ବୋଲି ଆବେଦନ ଦାୟର କରିଥିଲେ । ଏନେଇ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଆବେଦନର ଉପରେ କେନ୍ଦ୍ର ସରକାର ନିଜର ଜବାବ ରଖି କହିଛନ୍ତିଯେ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେଇପାରିବେ ନାହିଁ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସରକାର ତାଙ୍କ ଜବାବରେ କହିଛନ୍ତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇ ପାରିବେ ନାହିଁ। କାରଣ ବିପର୍ଯ୍ୟୟ ଆଇନ ଅନୁସାରେ କେବଳ ଭୂମିକମ୍ପ, ବାତ୍ୟା ଆଜି ପ୍ରାକୃତିକ ବିପତ୍ତି ଉପରେ କ୍ଷତିପୂରଣ ଦେବାକୁ ପ୍ରାବଧାନ ରହିଛି। ସରକାର କହିଛନ୍ତି ଯଦି ଗୋଟିଏ ରୋଗ ପାଇଁ କେନ୍ଦ୍ର ସରକାର ଏବେ ଆର୍ଥିକ ସହାୟତା କରିବେ ତାହେଲେ ଅନ୍ୟ ଏକ ରୋଗ ପାଇଁ କାହିଁକି କ୍ଷତିପୂରଣ ଦିଆଯିବନି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ। ତେଣୁ ଏବେ କୋଭିଡ୍ ମୃତକଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଦେବା ଠିକ୍ ହେବନି ବୋଲି ସରକାର ସୁପ୍ରିମକୋର୍ଟରେ ଜବାବ ଦାଖଲ କରିବା ବେଳେ ଏହା କହିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଜାତୀୟ ବିପର୍ଯ୍ୟୟ ଆକ୍ଟର ଧାରା ୧୨ ଅନୁଯାୟୀ ସରକାର ଆର୍ଥିକ ସହାୟତା କରିବା ନେଇ ପ୍ରାବଧାନ ରହିଛି ବୋଲି ଆବେଦନରେ ଦର୍ଶାଯାଇଛି। ଏହାପରେ ସୁପ୍ରିମକୋର୍ଟ ଜୁନ ୧୨ରେ ଏହି ଆବେଦନ ଉପରେ ବିଚାର କରି କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହରେ ଜବାବ ଦେବାକୁ କହିଥିଲେ। ସୋମବାର ଏହାର ଶୁଣାଣି ରହିଥିବା ସୂଚନା ରହିଛି।

ମେ ୨୪ରେ କୋର୍ଟ ଏହି ପିଟିସନ ଉପରେ କେନ୍ଦ୍ରର ଜବାବ ମାଗିଥିଲେ ଏବଂ ମୃତ୍ୟୁର କାରଣ କୋଭିଡ ରହିଥିବାବେଳେ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ଉପରେ ଏକକ ନୀତି ଅଛି କି ନାହିଁ ସରକାରକୁ ଜଣାଇବାକୁ କହିଥିଲେ।

Leave a Reply

Your email address will not be published. Required fields are marked *