ପାରିବାରିକ ବିବାଦ ପାଇଁ କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି

Spread the love

ଭୂବନେଶ୍ଵର: ପାରିବାରିକ ବିବାଦ ନେଇ କୋର୍ଟରେ ହାଜର ହୋଇଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ପତ୍ନି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ କରିଥିବା ମାମଲାକୁ ନେଇ ଆଜି କଟକ ଫ୍ୟାମିଲି ଓ ଏସଡିଜେମ୍ କୋର୍ଟରେ ହାଜର ହୋଇଛନ୍ତି ଅନୁଭବ ମହାନ୍ତି । ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହିତ ଘରୋଇ ବିବାଦ ନେଇ ସେମାନେ ବହୁବାର କୋର୍ଟର ଦ୍ବାରସ୍ଥ ହୋଇଛନ୍ତି, କିନ୍ତୁ ପାରିବାରିକ ବିବାଦ ତୁଟିବାର ନାଁ ନେଉନି । ସବୁଥର ଭିନ୍ନ ମୋଡ ନେଉଛି ।

ପୂର୍ବରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ତାଙ୍କ ସ୍ୱାମୀଙ୍କ ନାମରେ ଓ ଶାଶୁଘର ଲୋକଙ୍କ ନାମରେ ପାରିବାରିକ ହିଂସା ଓ ମାନସିକ ଅତ୍ୟାଚାର ଭଳି ସଙ୍ଗୀନ ଆରୋପ ଲଗାଇ ପୁରୀଘାଟ ଥାନାରେ ବାରମ୍ବାର ଅଭିଯୋଗ କରିଆସିଛନ୍ତି । 

ସାଂସଦ ଅନୁଭବ ମହାନ୍ତି ମଧ୍ୟ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ପଟିଆଲା କୋର୍ଟରେ ଆବେଦନ କରିଥିଲେ ତେବେ ଏହି ଦୁଇଟି ଯାକ ମାମଲା ଏବେ କଟକ ହାଇକୋର୍ଟ ସ୍ଥାନାନ୍ତରିତ ହେବା ପରେ ଏବେ ଏହି ଦୁଇଟି ଯାକ ମାମଲାର ଶୁଣାଣୀ କଟକ ଏସଡିଜେମ୍ ମୋର୍ଟରେ ହିଁ କରାଯାଉଛି ।

Leave a Reply

Your email address will not be published. Required fields are marked *