ଆଦିବାସୀ କଲ୍ୟାଣ ସଂଘର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ

Spread the love


ବଲାଙ୍ଗିର: ଜଙ୍ଗଲ ବିଭାଗର ଆଦିବାସୀ ମାରାଣନୀତି ପ୍ରତିବାଦରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜ଼ିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ସ୍ମାରକପତ୍ରରେ ଆଦିବାସୀ ସଂଘ ଦାବୀ କରିଛିଯେ, ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବାନାବାସୀଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ୨୦୦୮ ଅନୁସାରେ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ର ସ୍ୱତ୍ତ୍ୱ ଅଧିକାର ପ୍ରଦାନ କରିବାରେ ଡି.ଏଫ.ଓ ଅହେତୁକ ବିଳମ୍ବ ଏବଂ ଟାଳଟୁଳ ନୀତି କରୁଛି , ମିଥ୍ୟା ଜଙ୍ଗଲ କେଶରେ ଆଦିବାସୀ ମାନଙ୍କୁ ଫସାଇ ହଇରାଣ ହରକତ କରୁଛନ୍ତି, ଆବାସ ଯୋଜନାରେ ଘର ନିର୍ମାଣ କରୁଥିବା ଆଦିବାସୀ ମାନଙ୍କ ଠାରୁ ବିନା ରସିଦରେ ବନ୍ଧପଡା ଫରେଷ୍ଟର ଘର ପିଛା ତିନି ଚାରି ହଜାର ଟଙ୍କା ଅସୁଳି କରିଛନ୍ତି, ଆଦିବାସୀ ମାନେ ଦୀର୍ଘ ସତୁରି ବର୍ଷ ଆଗରୁ ଚାଷବାସ କରୁଥିବା ଜମିରେ ଜଙ୍ଗଲ କର୍ମଚାରୀ ଜବରଦସ୍ତି ଚାରା ରୋପଣ କରୁଛନ୍ତି ।

୨୦୧୬ରୁ ଜଙ୍ଗଲ ବିଭାଗ ରେ କାର୍ଯ୍ୟରତ ଅସ୍ଥାୟୀ ଆଦିବାସୀ କର୍ମଚାରୀ ମାନଙ୍କ ଇପିଏଫ, ଇଏସଆଇ, ଜିଏସଟି ଟଙ୍କା ପ୍ରଦାନ କରାଯାଉ ନାହିଁ, ଆଉଟସୋର୍ସିଙ୍ଗ ସଂସ୍ଥା ଜଙ୍ଗଲ ବିଭାଗ ରେ କାମ କରୁଥିବା କର୍ମଚାରୀ ମାନଙ୍କ ନିଯୁକ୍ତି ପତ୍ର ଏବଂ ଇପିଏଫ, ଇଏସଆଇ, ଜିଏସଟି ବାବଦ ର ହିସାବ କି ରସିଦ ଦେଉନାହିଁ, ଜ଼ିଲ୍ଲା ଜଙ୍ଗଲ ଅଧିକାରୀଙ୍କ ଇଙ୍ଗିତରେ ଏସବୁ ଦୁର୍ନୀତି, ଅନିୟମିତତା, ଅତ୍ୟାଚାର,ଅବହେଳା,ଚାଲିଛି ଏହାର ବିଧିବଦ୍ଧ ତଦନ୍ତ କରି ଦୋଷୀ ଜଙ୍ଗଲ ଅଧିକାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବୀ କରିଛି ।

ଜଙ୍ଗଲ ବିଭାଗ ବିରୁଦ୍ଧରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପରେ ବଲାଙ୍ଗିର ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ଆଦିବାସୀ ମାନଙ୍କ ଜମି ଅଣ ଆଦିବାସୀ ମାନଙ୍କୁ ହସ୍ତାନ୍ତର ପାଇଁ ଅନୁମତି ବନ୍ଦ କରିବା,ଏଟ୍ରୋସିଟି କେଶରେ ପୀଡିତ ଏବଂ କ୍ଷତିଗ୍ରସ୍ତ ଏସ ଟି ଏସସି ବ୍ୟକ୍ତି ବିଭାଗ ଦ୍ୱାରା ପ୍ରଦତ୍ତ ଅନୁକମ୍ପା ମୂଳକ ଆର୍ଥିକ ସହାୟତା ଟଙ୍କା ପ୍ରଦାନ କରିବାରେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଅହେତୁକ ବିଳମ୍ବ କରୁଥିବା ରୁ ତୁରନ୍ତ ଉକ୍ତ ମଞ୍ଜୁର ପ୍ରାପ୍ତ ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ, ସଂଘର କର୍ମକର୍ତ୍ତା ଅତିରିକ୍ତ ଜ଼ିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ ।

ଆନ୍ଦୋଳନରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଉପାଧ୍ୟାକ୍ଷ ଶ୍ୟାମସୁନ୍ଦର ଭୋଇ, ବନଳତା ମାଝି, ବ୍ଲକ ସଭାପତି ବଳଦେବ ଭୋଇ, ଘନଶ୍ୟାମ ପ୍ରଧାନୀ, ସନ୍ତୋଷ ପୁଟା, ରାଜୀବ କୁଅଁର, କୈଳାଶ ପ୍ରଧାନୀ, ଅଚ୍ୟୁତ ଧରୁଆ, ସହସଂପାଦକ ଗିରିଧାରୀ ଭୋଇ, ପତ୍ରଙ୍ଗି ମାଝି, ଭୁବନ ମାଝି, ଯଦୁ ବରିହା, ଦୟାନିଧି ମାଝି, ଧୁବଳେଶ୍ୱର ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବଲାଙ୍ଗିରରୁ ନୀଳାଞ୍ଚି ବିଶିଙ୍କ ରିପୋର୍ଟ ନାଗରାଜ ନ୍ୟୁଜ

Leave a Reply

Your email address will not be published. Required fields are marked *