ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍କର ସିଂହ ଧାମୀ

Spread the love

ଡେରାଡୁନ୍‌ : ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ପୁଷ୍କର ସିଂହ ଧାମୀ। ୪ ମାସ‌ ମଧ୍ୟରେ ପୁଷ୍କର ସିଂହ ଧାମୀ ଉତ୍ତରାଖଣ୍ଡର ତୃତୀୟ ମୁଖ୍ୟମନ୍ତ୍ରୀ ହେବେ।ତିରଥ ସିଂହ ରାୱତ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶନିବାର ହୋଇଥିବା ବିଧାୟକ ଦଳ ବୈଠକରେ ପୁଷ୍କରଙ୍କୁ ନେତା ନିର୍ବାଚିତ କରାଯାଇଛି। ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଅନେକ ନେତା ରହିଥିଲେ। ସମସ୍ତଙ୍କୁ ପଛରେ ପକାଇ ଆଜି ପୁଷ୍କର ବାଜି ମାରିଛନ୍ତି। ବିଧାୟକ ଦଳ ବୈଠକ ପରେ ଧାମୀ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି।

ପୁଷ୍କର ସିଂହଙ୍କ ପୂର୍ବରୁ ତିରଥ ସିଂହ ରାୱତ ଗତ ମାର୍ଚ୍ଚ ୧୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତାଙ୍କ ପୂର୍ବରୁ ତ୍ରିବେନ୍ଦ ସିଂହ ରାୱତ ମୁଖ୍ୟମନ୍ତ୍ରୀ ଥିଲେ। ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଅଛି। ୧୯୭୫, ସେପ୍ଟେମ୍ବର ୧୬ରେ ଜନ୍ମ ହୋଇଥିବା ପୁଷ୍କର ସିଂହ ଧାମୀ ହ୍ୟୁମାନ୍‌ ରିସୋର୍ସ‌୍‌ ମ୍ୟାନେଜମେଣ୍ଟ୍‌ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍‌ ରିଲେସନ୍ସରେ ପିଜି ଏବଂ ଏଲ୍‌ଏଲ୍‌ବି କରିଛନ୍ତି। ପୁଷ୍କର ସିଂହ ମଧ୍ୟ ଆରଏସ୍‌ଏସ୍‌ ସହ ସମ୍ପୃକ୍ତ ଥିଲେ ଏବଂ ଉତ୍ତରାଖଣ୍ଡରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଥିଲେ। ଉତ୍ତରାଖଣ୍ଡରେ ସେ ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *