କାର୍ଯ୍ୟରତ ବିଦ୍ୟୁତ ଜେଇଙ୍କୁ ମରଣାତ୍ମକ ଆକ୍ରମଣ, ଏସମା ଆକ୍ଟରେ ଗିରଫ କରିବାକୁ ଦାବୀ

Spread the love

ବଲାଙ୍ଗୀର: ବରଗଡ଼ ବିଦ୍ୟୁତ ବିଭାଗ ଅଧିନସ୍ଥ ସୋହେଲା ସେକ୍ସନରର ଜୁନିୟର ଇଞ୍ଜିନିୟର ଉମେଷ କୁମ୍ଭାରଙ୍କୁ ଦୁର୍ବୃତ୍ତ ମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଦଶମାଇଲ ୩୩/୧୧ କେଭି ଗ୍ରୀଡ଼ ସବଷ୍ଟେସନରେ ଶିରିଗିଡା ଫିଡରର ବିଦ୍ୟୁତ ସରବରାହ ସଜାଡ଼ିବା ସହିତ ବିଦ୍ୟୁତ ଯୋଗାଣ କାର୍ଯ୍ୟ କରୁଥିବା ସମୟରେ ଶହେଲା ଗାଁର ରୁକଧର ବେହେରା, ବିନୋଦ ଶା, ନାରାୟଣ ଶା, ଖିରେଶ୍ୱର ଶା, ଡାକ୍ତର ଶା, ସିଦ୍ଧେଶ୍ଵର ଶା, ଅକ୍ଷୟ ଭୋଇ, ରାଜେଶ ସାହୁ ଏବଂ ଅନ୍ୟମାନେ କାର୍ଯ୍ୟରତ ଜେଇଙ୍କୁ ଆକ୍ରମଣ କଲେ । ଏହାସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଘଟଣା ବିଷୟରେ କୁମ୍ଭାର ଶହେଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ମାମଲା ରୁଜ୍ଜୁ ହେବାପରେ ବରଗଡ ଏସ୍ପିଙ୍କ ନିର୍ଦେଶ କ୍ରମେ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଟାନ ଭାର ଡିଏସ୍ପିଙ୍କୁ ଦିଆଯାଇଛି । ତେବେ ବିଦ୍ୟୁତ ବିତରଣ ଉତ୍ପାଦନ ଯୋଗଣ ସେବା ଏକ ଜରୁରୀ ସେବା ହୋଇଥିବାରୁ ଅଭିଯୁକ୍ତ ମାନଙ୍କୁ ଏସମା ଆକ୍ଟରେ ଗିରଫ କରିବାକୁ ୱେସ୍କୋ ୟୁଟିଲିଟି ଏସ୍ଟିଏସ୍ସି ଏମ୍ଳଇଜ ୱେଲଫେୟାର ଏସୋସିଏସନର ସଭାପତି ନିରଞ୍ଜନ ବିଶି, ସାଧାରଣ ସମ୍ପାଦକ ଜୟଦେବ ମିଞ୍ଜ, ଉପସଭାପତି ସୁନୀଲ ମୁଗ୍ରୀ, ପୂର୍ଣ୍ଣଚନ୍ଦ୍ର ମାଝୀ, କେଦାର ଧାରୁଆ, ଶଙ୍କର କିଷାନ, ସହ ସମ୍ପାଦକ ଲଳିତ ନାଏକ, କୋଷାଧ୍ୟକ୍ଷ ଟିକନାଥ ବାଦୀ, କାର୍ଯ୍ୟକାରୀ ସଭାପତି ଅରବିନ୍ଦ ଛାତ୍ରୀଆ ପ୍ରମୁଖ ଦାବୀ କରିଛନ୍ତି । କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ ମାନକୁ ସୁରକ୍ଷା, ଗ୍ରୀଡ଼ ସବଷ୍ଟେସନ, ଫ୍ୟୁଜକଲ, ଅଫିସରେ ସିକ୍ୟୁରିଟି ଗାର୍ଡ ମୃତୟନ କରିବାକୁ ଦାବୀ କରିଛି ସଙ୍ଘ ।

ବଲାଙ୍ଗିରରୁ ନୀଳାଞ୍ଚି ବିଶିଙ୍କ ରିପୋର୍ଟ ନାଗରାଜ ନ୍ଯୁଜ୍‌

 

Leave a Reply

Your email address will not be published. Required fields are marked *