କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ନୂଆ ଦାୟିତ୍ବ

Spread the love

ନୂଆଦିଲ୍ଲୀ: ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ନୂଆ ଦାୟିତ୍ବ ‌। ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟ ପୁନଃଗଠନରେ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି। ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ବିଭାଗ ଦାଇତ୍ୱରେ ଥିବା ବେଳେ ରମେଶ ପୋଖ୍ରିଆଲ ‘ନିଶଙ୍କ’ଠୁ ଶିକ୍ଷା ବିଭାଗ ପାଇଥିବା ବେଳେ ହାର୍ଦ୍ଦିକ ପୁରୀ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ବିଭାଗ ତୁଲାଇବେ ।

ଏହାସହ କ୍ୟାବିନେଟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପାଇଛନ୍ତି । ପ୍ରଧାନ ମୋଦି ସରକାରରେ ଦୁଇଥର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସର ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଥିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୨୦୧୪ରେ, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ କ୍ଷମତାକୁ ଆସିଲା, ସେତେବେଳେ ପ୍ରଧାନ ସ୍ୱାଧୀନ ମନ୍ତ୍ରୀ ଭାବରେ ପେଟ୍ରୋଲିୟମ ମନ୍ତ୍ରୀ ହୋଇଥିଲେ। ପରେ, ତାଙ୍କୁ କ୍ୟାବିନେଟ୍ ପଦବୀକୁ ଉନ୍ନୀତ କରାଯାଇଥିଲା ଏବଂ ୨୦୧୭ ରେ ସ୍କିଲ୍ ଡେଭଲପମେଣ୍ଟର ଅତିରିକ୍ତ ବିଭାଗ ମିଳିଥିଲା ।

Leave a Reply

Your email address will not be published. Required fields are marked *