ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା ନେଇ ବିଜେପି ପକ୍ଷରୁ ଗଁଦିଆ ବ୍ଲକ ଘେରାଉ

Spread the love

ଢେଙ୍କାନାଳ, (ସୌମ୍ୟ ରଞ୍ଜନ ମହାନ୍ତି): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀ ମାନଙ୍କ ପାଇଁ ସରକାର ଘର ଯୋଗାଇ ଦେଉଥିବା ବେଳେ ଉପଯୁକ୍ତ ହିତାଧିକାରୀଙ୍କୁ ଆବାସ ମିଳିପାରୁନାହିଁ । ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଘୋଟାଲା ଏବଂ ପ୍ରକୃତ ଗରିବ ହିତାଧିକାରୀଙ୍କୁ ଘର ଖଣ୍ଡିଏ ମିଳୁନଥିବାର ଅଭିଯୋଗ ଆଣି ଢେଙ୍କାନାଳ ବିଜେପି ମୋର୍ଚା ପକ୍ଷରୁ ଗଁନ୍ଦିଆ ବ୍ଲକ ଘେରାଉ କରାଯାଇଥିଲା ।

ତେବେ ପ୍ରକୃତ ହିତାଧିକାରୀ ମାନଙ୍କୁ ଘର ନଦେଇ ବଡ଼ ବଡ଼ିଆଙ୍କ ଠାରୁ ହଜାର ହଜାର ଟଙ୍କା ନେଇ ସେମାନଙ୍କୁ ଘର ଯୋଗାଇ ଦିଆଯାଉଥିବା ଅଭିଯୋଗ କରି ବିଜେପିର ସ୍ଥାନୀୟ ନେତା ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ସମସ୍ୟା ସମ୍ପର୍କରେ ଏକ ଦାବିପତ୍ର ବିଡ଼ିଓଙ୍କୁ ପ୍ରଦାନ କରିଥିବା ବେଳେ ଯଦି ସମସ୍ୟା ର ସମାଧାନ ନହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ବିଜେପି ମୋର୍ଚା ତରଫରୁ କୁହାଯାଇଛି ।

ବ୍ଲକ୍ ଘେରାଉ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ପୂର୍ବତନ ବିଧାୟକ ତଥା ରାଜ୍ୟ ଓବିସି ମୋର୍ଚ୍ଚାର ସଭାପତି କୃଷ୍ଣ ଚନ୍ଦ୍ର ପାତ୍ର, ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, କୃଷକ ନେତା ରାଜ୍ୟର କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର ଓ ଦଳର ବହୁ କର୍ମୀ ମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *