ଆରମ୍ଭ ହେଲା ରଥଟଣା, ବିନା ଭକ୍ତରେ ରଥ ଟାଣୁଛନ୍ତି ସେବାୟତ

Spread the love

ପୁରୀ: ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥଟଣା। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ି ଥିବାବେଳେ ଏହା ପଛେ ପଛେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିଥିଲା। ବିନା ଭକ୍ତରେ ରଥ ଟାଣୁଛନ୍ତି ସେବାୟତ। କୋଭିଡ୍ କଟକଣା ଯୋଗୁ ଦିବ୍ୟସେବାରୁ ଭକ୍ତ ବଞ୍ଚିତ ହୋଇଛନ୍ତି।

ରତ୍ନ ସିଂହାସନ ଛାଡ଼ି ଭାଇଭଉଣୀଙ୍କ ସହ ଆଜି ଜନ୍ମବେଦୀ ଅଭିମୁଖେ ବାହାରିଛନ୍ତି କାଳିଆ ସାଆନ୍ତ । ଆଜି ସବୁ ନୀତିକାନ୍ତି ସୁରୁଖୁରରେ ସମ୍ପନ୍ନ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆରମ୍ଭ ହୋଇ ସାରିଲାଣି ରଥ ଟଣା । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଗଡ଼ିଲା ରଥ।

ସୂଚନାଯୋଗ୍ୟ, ରଥ ଗଡ଼ିବା ପୂର୍ବରୁ ପ୍ରଥମେ ସ୍ୱାମୀ ନିଶ୍ଚଳାନନ୍ଦ ନିଜ ଅନୁଗାମୀଙ୍କ ସହ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାପରେ ଗଜପତି ମହାରାଜା ପହଞ୍ଚି ୩ ରଥରେ ଛେରା ପହଁରା କରିଥିଲେ। ଏହାପରେ ୩ ରଥରେ ସାରଥୀ ଓ ଘୋଡ଼ାଯଚା କାମ ସମ୍ପନ କରାଯାଇ ଆରମ୍ଭ ହେଲା ରଥ ଟଣା।

Leave a Reply

Your email address will not be published. Required fields are marked *