ଅଗଷ୍ଟ ୧ ଯାଏଁ ଲାଗୁ ହେଲା ଆଂଶିକ ଲକଡାଉନ: ମୁଖ୍ୟ ଶାସନ ସଚିବ

Spread the love

ଭୂବନେଶ୍ବର: ରାଜ୍ୟରେ ଅଗଷ୍ଟ ୧ ଯାଏଁ ଲାଗୁ ହେଲା ଆଂଶିକ ଲକଡାଉନ । ରାଜ୍ୟ ପାଇଁ ନୂଆ ଗାଇଡଲାଇନ ଘୋଷଣା କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ପୂର୍ବ ନିଷ୍ପତି ପୁର୍ବ-ଉପକୁଳର ୧୦ ଜିଲ୍ଲା ବି-କାଟାଗୋରି ଏବଂ ବାକି ୨୦ ଜିଲ୍ଲାକୁ ଏ-କାଟାଗୋରିରେ ରଖାଯାଇଛି । ନୂଆ ନିୟମରେ କେବଳ ସାରା ରାଜ୍ୟରେ ବସ୍ ସେବାକୁ ଅନୁମତି ପ୍ରଦାନ କରାଯାଇଛି । ସିଟ୍ ସଂଖ୍ୟା ଅନୁଯାଇ ବସ୍ ରେ ଯାତ୍ରୀଙ୍କୁ ଅନୁମତି ପ୍ରଦାନ କରାଯାଇଛି।

ତେବେ କାଟେଗୋରୀ ‘ଏ’ ରେ ସକାଳ ୬ଟାରୁ ରାତି ୮ଟା ଯାଏ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଥିଲା ବେଳେ କାଟେଗୋରୀ ‘ବି’ ରେ କଟକଣା ସାମାନ୍ୟ କୋହଳ କରାଯାଇ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି।

Leave a Reply

Your email address will not be published. Required fields are marked *