ଭାରତ ବିକାଶ ପରିଷଦ ଚନ୍ଦ୍ରଶେଖର ପୁର ଶାଖାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love


ଭୂବନେଶ୍ବର: ଭାରତ ବିକାଶ ପରିଷଦ ଚନ୍ଦ୍ରଶେଖର ପୁର ଶାଖାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭାରତ ବିକାଶ ପରିଷଦ ହେଉଛି ଭାରତର ଏକ ଅଣ ରାଜନୈତିକ ତଥା ସାଂସ୍କୃତିକ ସଂଗଠନ । ପାଞ୍ଚ ଗୋଟି ସୂତ୍ରରେ ବନ୍ଧା ଏଇ ସଂଗଠନଟି ସଂପର୍କ, ସହଯୋଗ, ସଂସ୍କାର, ସେବା ଓ ସମର୍ପଣର ଭାବ ନେଇ ସମାଜର ଉନ୍ନତି କଳ୍ପେ ସତତ କାର୍ଯ୍ୟରତ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶ ଭକ୍ତି ଓ ସମାଜ ସଂସ୍କାର ମନୋଭାବ ସୃଷ୍ଟି ଲକ୍ଷ୍ୟରେ ଏହି ସଂଗଠନ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନେଇଥାଏ । ଗରୀବ ତଥା ଅସହାୟ ଜନତାର ସେବା ସଙ୍ଗେ ସଙ୍ଗେ ସମାଜ ତଥା ପରିବେଶର ସ୍ବଚ୍ଛତା ରକ୍ଷା ଦିଗରେ ପରିଷଦର କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଶଂସନୀୟ ।

ସେବା ମୂଳକ କାର୍ଯ୍ୟକ୍ରମ ଅଧିନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ବପୂର୍ଣ୍ଣ ମନେ କରାଯାଇ ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେ ଦିଗରେ କାର୍ଯ୍ୟ କରିବା ନିମନ୍ତେ ବାରଙ୍ଗ ନିକଟରେ ଥିବା ଜନଜାତି ବସତି ବାଲୁଙ୍କା ଠାରେ ସ୍ଥାନୀୟ ଚନ୍ଦ୍ରଶେଖର ପୁର ଶାଖା ପକ୍ଷରୁ ଚଳିତ ବର୍ଷ ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବରିଷ୍ଠ ସଦସ୍ୟ ତଥା ପ୍ରାନ୍ତୀୟ ମହା ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାରଣା, ଶାଖା ସଚିବ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ ଏବଂ ଏବଂ ସଦସ୍ୟ ଶ୍ରୀ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସହିତ ସେଠାରେ ସ୍ଥାନୀୟ ଅଧିବାସୀ ମାନଙ୍କ ସହାୟତାରେ ଏକ ଶହରୁ ଉର୍ଦ୍ଧ୍ବ ଫଳ ବୃକ୍ଷ ଚାରା ତଥା ଜାମୁ ଓ ନିମ ପରି ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରାଯାଇଛି ।

ଆମ ମାନଙ୍କର ପୂର୍ବ ସୂରୀ ମାନେ ଆମ ଲାଗି ବୃକ୍ଷ ରୋପଣ କରିଥିଲେ । ଏଣୁ ଆମେ ଆମର ଉତ୍ତର ପିଢି ପାଇଁ ଗଛ ଲଗାଇବା ଓ ତାର ଯତ୍ନ ନେଇ ପରମ୍ପରା ବଜାୟ ରଖିବାର ସଂକଳ୍ପ ନିଆଯାଇ ଏପରି କାର୍ଯ୍ୟକ୍ରମ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତଥା ଭାରତ ବିକାଶ ପରିଷଦର ପ୍ରାନ୍ତ ସ୍ତରରେ ଏହାକୁ ପ୍ରଶଂସା କରାଯାଇଛି । ଏପରି ଅନେକ
କାର୍ଯ୍ୟକ୍ରମ ଯଥା ପୋଷଣ ଓ ମହିଳା ମାନଙ୍କ ରକ୍ତରେ ହିମୋଗ୍ଲୋବିନ୍ ପରୀକ୍ଷା ପ୍ରଭୃତି କାର୍ଯ୍ୟକ୍ରମ ହାତକୁ ନଆଯାଉଥିବା ସଂପର୍କରେ ଚନ୍ଦ୍ରଶେଖର ପୁର ଶାଖାର ଅଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ନାୟକ ଓ ସଚିବ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *