ଦଳିତ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଏବଂ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ପ୍ରତିବାଦରେ ଢେଙ୍କାନାଳ ବିଜେପିର ପ୍ରେସମୀଟ

Spread the love

ଢେଙ୍କାନାଳ, (ସୌମ୍ୟ ରଞ୍ଜନ ମହାନ୍ତି): ଦଳିତ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଏବଂ ଡା. ବାବାସାହେବ ଆମ୍ବେଦକରଙ୍କ ପ୍ରତି ଅସମ୍ମାନ ପ୍ରତିବାଦରେ ଆଜି ଜିଲ୍ଲା ବିଜେପି ଏବଂ ଅନୁସୂଚିତ ଜାତି ମୋର୍ଚା ଦ୍ୱାରା ପିଙ୍ଗୁଆ ଠାରେ ଏକ ପ୍ରେସମୀଟର ଆୟୋଜନ କରାଯାଇଥିଲା ‌। ସୂଚନାଯୋଗ୍ୟ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀ ଏବଂ ଆଳି ଥାନା ଅନ୍ତର୍ଗତ ବାଳକାଟୀ ପଂଚାୟତ ଅଧିନସ୍ତ ବାଳିକାଟୀ ଗ୍ରାମର ହରିଶ ଚନ୍ଦ୍ର ମଲ୍ଲିକ, ପିତା – ନବକିଶୋର ମଲ୍ଲିକଙ୍କ ଦ୍ୱାରା ଉକ୍ତ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ନରେଗା, ପାଇଖାନା ଏବଂ ଅନ୍ୟାନ ଉନ୍ନତି ମୂଳକ କାର୍ଯ୍ୟରେ ହେଉଥିବା ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ବିଭିନ୍ନ ସାମଜିକ ଗଣମାଧ୍ୟମରେ ଉକ୍ତ ଖବର ପ୍ରକାଶ କରିବାକୁ ନେଇ ସ୍ଥାନୀୟ ସରପଞ୍ଚ ଏବଂ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା ହରିଶ ଚନ୍ଦ୍ର ମଲ୍ଲିକକୁ ମାଡମରିବା ଘଟଣା ଏବଂ ଏଫେଆର ଦେଲା ପରେ ମଧ୍ୟ୍ୟ ସ୍ଥାନୀୟ ପୋଲିସ ର ନିଷ୍କ୍ରିୟତା କୁ ବିରୋଧ କରି ଆଜି ଜିଲ୍ଲା ବିଜେପି ଏବଂ ଅନୁସୂଚିତ ଜାତି ମୋର୍ଚା ଦ୍ୱାରା ଆଜିର ଏହି ପ୍ରେସମୀଟିଟି ଆୟୋଜନ କରାଯାଇଥିଲା । ସାମ୍ବାଦିକ ମାନଙ୍କ ଉପରେ ବାରମ୍ବାର ହେଉଥିବା ଆକ୍ରମଣ କୁ ଦୃଢ ନିନ୍ଦା କରିବା ସହିତ ସରକାରୀ ଯୋଜନା ରେ ଦୁର୍ନୀତି ଏବଂ ଦଳିତ ମାନଙ୍କ ଉପରେ ଆକ୍ରମଣ କେବେ ବନ୍ଦ ହେବ ସରକାର ଙ୍କୁ ପ୍ରଶ୍ନ କରିବା ସହ ଯଦି ଏହା ବନ୍ଦ ନହୁଏ ତେବେ ଆଗାମୀ ଦିନରେ କାର୍ଯ୍ୟକ୍ରମ ଜୋରଦାର ହେବ ବୋଲି ଜିଲ୍ଲା ବିଜେପି ଏବଂ ଅନୁସୂଚିତ ଜାତି ମୋର୍ଚା ତରଫରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *