ସ୍ବାଧିନତା ଦିବସ ଅବସରରେ ରାଜ୍ୟବାସୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଭେଟି

Spread the love

ଭୂବନେଶ୍ବର: ଆଜି ୭୫ତ୍ତମ ସ୍ୱାଧୀନତା ଦିବସ ଅବସରରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହିତ ରାଜ୍ୟବାସୀଙ୍କୁ ଏକ ଭେଟି ପ୍ରଦାନ କରିଛନ୍ତି । ପଦର୍ଶନୀ ପଡିଆରୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ ମିଳିବାକୁ ଯାଉଛି ସ୍ମାର୍ଟ ହେଲ୍‌ଥ କାର୍ଡ । ରାଜ୍ୟର ପ୍ରତିଟି ଜୀବନ ତାଙ୍କ ପାଇଁ ମୁଲ୍ୟବାନ ତେଣୁ ରାଜ୍ୟ ବାସୀଙ୍କ ଦୁଃଖ ଦୂର କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ ରାଜ୍ୟ ସରକାର ଲାଗୁ କରିବାକୁ ଯାଉଛନ୍ତି ବୋଲି ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଯୋଜନାରେ ରାଜ୍ୟର ପ୍ରାୟ ସାଢେ ୩ କୋଟିଙ୍କୁ ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସ୍ୱାସ୍ଥ୍ୟ ବୀମା ସହିତ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଏହି କାର୍ଡଧାରୀଙ୍କୁ ମିଳିପାରିବ ।

Leave a Reply

Your email address will not be published. Required fields are marked *