ଅଘୋଷିତ କବିତା ପ୍ରତିଯୋଗିତାରେ ବାସନ୍ତୀ ଲତା ଜେନାଙ୍କୁ ମିଳିଲା ପୁରସ୍କାର

Spread the love

ବାଲେଶ୍ବର, (ନାଗରାଜ ନ୍ଯୁଜ): ରବିବାର ଥିଲା ସ୍ବାଧୀନତା ଦିବସ । ଏହି ଉପଲକ୍ଷେ ” ମୋ ଅନୁଷ୍ଠାନ ” କୁ ବିଭିନ୍ନ ଜିଲ୍ଲାର କବି ଓ କବୟିତ୍ରୀ ମାନଙ୍କ ଠାରୁ ଅନେକ ଗୁଡିଏ ସୁନ୍ଦର ସୁନ୍ଦର କବିତା ଆସିଥିଲା । ସେଥିମଧ୍ୟରୁ ରଶ୍ମିତା ପାତ୍ର, ଦେବେନ୍ଦ୍ର ନାୟକ ମୟୂରଭଞ୍ଜ ଜିଲ୍ଲାର, ପ୍ରତାପ କିଶୋର ନାୟକ କେନ୍ଦୁଝର ଜିଲ୍ଲାର, ଭାରତୀ ସାହୁ ଓ ସରସ୍ବତୀ ପଣ୍ଡା ଯାଜପୁର ଜିଲ୍ଲାର, ବିଜୟଲକ୍ଷ୍ମୀ ପାଣିଗ୍ରାହୀ ଓ କନକ ମଞ୍ଜୁରୀ ପଟ୍ଟନାୟକ, କୋରାପୁଟ ଜିଲ୍ଲାର, ବାସନ୍ତୀ ଲତା ଜେନା, ନବରଙ୍ଗପୁର ଜିଲ୍ଲାର, ରଞ୍ଜୁଲତା ପାଢୀ ଓ ସୁସ୍ମିତା ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲାର, ରଞ୍ଜିତା ସାହୁ ଓ ସଞ୍ଜୁକ୍ତା ସାହୁ ଜଗତସିଂହପୁର ଜିଲ୍ଲାର, ଗୋଦାବରୀଶ ଦାସ, ନୟାଗଡ଼ ଜିଲାର, କଳ୍ପନା ରାୟ, ସମ୍ବଲପୁର ଜିଲ୍ଲାର, ଅଜିତ କୁମାର ତ୍ରିପାଠୀ ଗଞ୍ଜାମ ଜିଲ୍ଲାର, ଶୋଭାଗିନୀ ନନ୍ଦ କୋରାପୁଟ ଜିଲ୍ଲାର, ସୁଲୋଚନା ବେହେରା, ଖୋର୍ଦ୍ଧା ଜିଲ୍ଲାର ଏବଂ ଜିତେନ୍ଦ୍ର ଗିରି ବାଲେଶ୍ବର ପ୍ରମୁଖ ବିଭିନ୍ନ ଜିଲ୍ଲାରୁ ଆସିଥିବା କବିତା ଗୁଡିକୁ ରାଜ୍ୟ ସ୍ତରୀୟ ଅଘୋଷିତ କବିତା ପ୍ରତିଯୋଗିତାରେ ସ୍ଥାନ ଦିଆଯାଇଥିଲା ।

ସେଥିମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ସୁ ଗୃହିଣୀ, ସୁ ଲେଖିକା ଓ ସୁ କବୟିତ୍ରୀ ସୁସ୍ମିତା ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନବରଙ୍ଗପୁର କବୟିତ୍ରୀ ବାସନ୍ତୀ ଲତା ଜେନା ଦ୍ବିତୀୟ ଓ କେନ୍ଦୁଝର କବି ପ୍ରତାପ କିଶୋର ନାୟକ ତୃତୀୟ ସ୍ଥାନ ଅଧିକାର କରି ଖୁସି ହୋଇଛନ୍ତି । ଜଗତର ନାଥ ପ୍ରଭୁ ଜଗନ୍ନାଥ ସେମାନଙ୍କ ଚଲାପଥ କୁସୁମିତ କରନ୍ତୁ ଏବଂ ବହୁମୂଲ୍ୟ ସମୟ ନଷ୍ଟକରି କବିତା ଗୁଡିକୁ ତୁଳସୀପୁର କଟକର ସୁ ଗୃହିଣୀ ଓ ସୁ ସାହିତ୍ଯିକା ସୁଜାତା ମହାନ୍ତି ଏବଂ ଅନୁଷ୍ଠାନର ମୁଖ୍ୟ ସମୀକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କ ସମୀକ୍ଷା ପରେ ପ୍ରଥମ, ଦ୍ବିତୀୟ ଓ ତୃତୀୟଙ୍କ ନାମ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଘୋଷଣା କରିଥିଲେ । ଏଥିରେ ଖୁସି ହୋଇ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ, ଶ୍ଯାମସୁନ୍ଦରପୁର ପଞ୍ଚାୟତ କୃଷ୍ଣଦାସପୁର ସରକାରୀ ପ୍ରାଥମିକ ଵିଦ୍ଯାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିପିନ ବିହାରୀ ଦାସ କବୟିତ୍ରୀ ବାସନ୍ତୀ ଲତା ଜେନାଙ୍କୁ ଦୁଇ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି । ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଶ୍ରୀ ଦାସଙ୍କୁ ଧନ୍ୟବାଦ ଜଣାଇ ଅର୍ଥରାଶି ଗ୍ରହଣ କରିଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ନାଗରାଜ ନ୍ଯୁଜ

Leave a Reply

Your email address will not be published. Required fields are marked *