୨୪, ୨୫ ଭିଜିବ ଓଡିଶା, ୟୋଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

Spread the love

ଓଡିଶାରେ ବର୍ତ୍ତମାନ ବର୍ଷାର‌ ପରିମାଣ କମ ରହିଥିବା ବେଳେ ୨୪ ତାରିଖ ବେଳକୁ ଓଡିଶା ଦେଇ ଏକ ନିମ୍ନଚାପ ରେଖା ଅତିକ୍ରମ କରୁଥିବାରୁ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହୁଛି । ତେବେ ୨୪ ଏବଂ ୨୫ ତାରିଖ ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷା ରହିଥିବାରୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 

ତେବେ ୨୪ ତାରିଖରେ ସୁନ୍ଦରଗଡ, ଭଦ୍ରକ, କୋରାପୁଟ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର ଏବଂ ମାଲକାନଗିରିରେ ବିଜୁଳି ସହିତ ଘଡଘଡି ହେବାକୁ ଥିବାବେଳେ ୨୫ ତାରିଖରେ ସୁନ୍ଦରଗଡ, ଯାଜପୁର, ଭଦ୍ରକ, କୋରାପୁଟ, ମାଲକାନଗିର, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, କନ୍ଧମାଳ, ନୟାଗଡ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା‌ ଓ ଜଗତସିଂହପୁର ଜିଲ୍ଲାରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । 

ତେବେ ରାଜ୍ୟରେ ମୌସୁମୀ ଦୁବଳ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧ ଜୁନ୍‌ରୁ ଏପର୍ଯ୍ୟନ୍ତ ୫୭୯.୬ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱଭାବିକ ବର୍ଷା ୮୨୩ ମିମିଠାରୁ ୩୦ ପ୍ରତିଶତ କମ୍ ରହିଛି । ଏହି ସମୟ ମଧ୍ୟରେ ପାଖାପାଖୀ ୪ଟି ଜିଲ୍ଲାରେ ୪୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଯାଜପୁରରେ ସର୍ବାଧିକ ୫୪% କମ୍ ବର୍ଷା ରେକର୍ଡ ହୋଇଥିବା ବେଳେ ଭଦ୍ରକରେ ୫୦%,କେନ୍ଦୁଝର ଏବଂ ବଲାଙ୍ଗିରିରେ ୪୨ ପ୍ରତିଶତ ବର୍ଷା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *