୫୦ଗ୍ରାମ୍ ବ୍ରାଉନ ସୁଗର ଜବତ, କିଙ୍ଗପିଙ୍ଗସହିତ ୩ ଗିରଫ

Spread the love

ସୁନ୍ଦରଗଡ଼/ରାଜଗାଙ୍ଗପୁର, (ନାଗରାଜ ନ୍ଯୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ପୋଲିସ ଏବଂ ଅପରାଧୀ ମାନଙ୍କ ମଧ୍ୟରେ ଛକାପଞ୍ଝା ଦିନକୁ ଦିନ ବଢିବାରେ ଲାଗିଛି । ପୋଲିସକୁ ଆଜି ଆଉ ଏକ ବଡ଼ ସଫଳତା ମିଳିଛି। ରାଜଗାଙ୍ଗପୁର ସହରରେ ଦୀର୍ଘ ଦିନ ଧରି ବ୍ରାଉନସୁଗାର କାରବାର କରୁଥିବା କିଙ୍ଗ ମାଷ୍ଟର ଏମ୍ଡି ଅଫଜଲକୁ ପୋଲିସ ବହୁଦିନରୁ ଟାର୍ଗେଟ କରିଥିଲା ।

ଆଜି ଲିପଲୋଇ ଛକ୍ ପାଖରେ କିଙ୍ଗ ମାଷ୍ଟର ଏବଂ ତା’ର ତିନି ସହଯୋଗୀ ସୁନ୍ଦରଗଡ଼କୁ ବ୍ରାଉନ ସୁଗାର ଚାଲାଣ କରିବାକୁ ଚେଷ୍ଟା କରୁଥିବା ବେଳେ ରାଜଗାଙ୍ଗପୁର ପୋଲିସ ଗୁପ୍ତ ସୂଚନା ପାଇ ସେମାନଙ୍କୁ ଅତର୍କିତ ଚଢ଼ାଉ କରି ତାଙ୍କ ପାଖରୁ ୫ଗ୍ରାମ ୩୯୦ ମିଲିଗ୍ରାମ ବ୍ରାଉନ ସୁଗାର, ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ହିରୋହୋଣ୍ଡା ମଟର ସାଇକେଲ ନଗଦ‌ ଦଶହଜାର ଆଠଶହ ଦଶଟଙ୍କା ଜବତ କରିବା ସହିତ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରୁ ଦଶରଥ ପୋଡ଼ଙ୍କ ରିପୋର୍ଟ ନାଗରାଜ ନ୍ଯୁଜ

Leave a Reply

Your email address will not be published. Required fields are marked *