ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସମସ୍ତ ପୂଜା ମଣ୍ଡପରେ ଶାନ୍ତି ପୂର୍ଣ୍ଣ ପ୍ରତିବାଦ ପ୍ରାରମ୍ଭ

Spread the love

କଟକ, (ନାଗରାଜ ନ୍ଯୁଜ): ପ୍ରଶାସନ ତରଫରୁ ଜାରୀ କରାଯାଇଥିବା ପାର୍ବଣ ମାର୍ଗଦର୍ଶିକାରେ ଉଲ୍ଲେଖିତ ସର୍ତ୍ତାବଳି ଯଥା ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରଖିବା, ପରଦା ମଧ୍ୟରେ ପୂଜାର୍ଚନା, ଭକ୍ତଙ୍କୁ ଦର୍ଶନ ବାରଣ ଆଦିକୁ ଅଯୁକ୍ତିଯୁକ୍ତ ଦର୍ଶାଇ ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସହର ମଧ୍ୟରେ ଥିବା ସମସ୍ତ ପୂଜା ମଣ୍ଡପ ଗୁଡିକରେ ପୂଜା ମଣ୍ଡପ କମିଟି ସଦସ୍ୟଙ୍କ ମିଳିତ ସହଯୋଗରେ ଶାନ୍ତି ପୂର୍ଣ୍ଣ ପ୍ରତିବାଦ ପ୍ରାରମ୍ଭ କରାଯାଇଅଛି । ଏହି ମାର୍ଗଦର୍ଶିକାର ପୁନର୍ବିଚାର ତଥା ହଜାର ବର୍ଷରୁ ଚାଲିଆସୁଥିବା ପାର୍ବଣ ସଂସ୍କୃତି, ପରମ୍ପରା କୁ ଅକ୍ଷୁର୍ଣ୍ଣ ରଖାଯିବା ପାଇଁ ଟ୍ରଷ୍ଟ ତରଫରୁ ପ୍ରଶାସନକୁ ନିବେଦନ କରାଯାଉଅଛି ।

Leave a Reply

Your email address will not be published. Required fields are marked *