ଉଦ୍ଧତ କର୍ମୀ ଦଳ ପତନର କାରଣ: ପ୍ରଫୁଲ ମଲ୍ଲିକ

Spread the love


ଗଁନ୍ଦିଆ, (ନାଗରାଜ ନ୍ଯୁଜ): ଇତିହାସ ସାକ୍ଷୀ ଯଦୁବଂଶ ପତନ କିପରି ହେଲା । ଉଦ୍ଧତ କର୍ମୀ ହିଁ ଦଳ ପତନର କାରଣ । ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସରଳ ସାବଲୀଳ ଗୁଣ ଆମକୁ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ପୁଣି ବିଜୟୀ କରିବ । ଏଥିପାଇଁ ଶାନ୍ତି ପ୍ରିୟ ହୋଇ ସାଧାରଣ ଜନତାଙ୍କ ଆବଶ୍ୟକତା ପୂର୍ଣ୍ଣ କରିପାରିଲେ ନିର୍ବାଚନ ବୈତରଣୀ ପାର ହୋଇ ପରିବା ବୋଲି ଗଁଦିଆ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଗୁରୁ ମନ୍ତ୍ର ଦେଇଥିଲେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ।

ଗଁନ୍ଦିଆ ବ୍ଲକର ୨୯ଟି ପଂଚାୟତରୁ ସମସ୍ତ ଦଳୀୟ ସରପଞ୍ଚ ସମିତି ସଭ୍ୟ ତଥା ଜିଲ୍ଲା ପରିଷଦ ସଦସ୍ୟ ଓ ବରିଷ୍ଠ ସଦସ୍ୟ ମାନଙ୍କୁ ପାଇଁ ବଜାଇଥିଲେ ନିର୍ବାଚନୀ ବିଗୁଲ । ବିଧାୟକ ସୁଧୀର ସାମଲ ବ୍ଲକ ଯୁବ ବିଜେଡି ସଭାପତି ପ୍ରଦୀପ କୁମାର ରାଉତ ପ୍ରଥମେ ଅତିଥି ପରିଚୟ ପ୍ରଦାନ କରିଥିଲେ । ଢେଙ୍କାନାଳ ଜିଲ୍ଲା ଦଳୀୟ ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ । ଘରେ ଘରେ ସରକାରଙ୍କର ଯୋଜନା ଯେପରି ଠିକ ଭାବରେ ପହଞ୍ଚି ପାରିବ ତାହାକୁ ନଜର ଦେବା ଶହ ପ୍ରତ୍ୟୋକ କର୍ମୀମାନେ ଜଣେ ଜଣେ ସେବକ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ପ୍ରଦାନ ସହିତ ସମସ୍ତେ ମିଶି କରି ଦଳୀୟ କାର୍ଯ୍ୟକୁ ଆଗେଇ ନେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଅନ୍ୟ ସାମ୍ନାନୀତ ଅତିଥି ଭାବରେ ଢେଙ୍କାନାଳ ସାଂସଦ ମହେଶ ସାହୁ କହିଥିଲେଯେ, ମଞ୍ଚରେ ବସିଥିବା ଦଳୀୟ ନେତା ମାନେ କିଛି ନୁହନ୍ତି ତଳେ ବସିଥିବା କର୍ମୀ ମାନେ ହେଲେ ଅମର ପ୍ରକୃତ ଯୋଦ୍ଧା ଯେଉଁ ମାନଙ୍କର ନିଷ୍ଠା ଓ କର୍ତ୍ତବ୍ୟ ଆଜି ଦଳକୁ ଏକ ଷ୍ଟ୍ରଙ୍ଗ ଅନୁଷ୍ଠାନରେ ପରିଣତ ହୋଇପାରିଛି ବୋଲି କହିଥିଲେ ପର୍ଯ୍ୟବେକ୍ଷକ ବିଜୟ ନାୟକ ।

ସୋସିଆଲ ମିଡ଼ିଆ ଉପରେ ଗୁରୁତ୍ୱ ଆରୋପ କରିବାକୁ ଜିଲ୍ଲା ବିଜୁ ଛାତ୍ର ସଭାପତି ସୁରଜ ମହାପାତ୍ର ନିଜର ବକ୍ତବ୍ୟରେ କହିଥିଲେ । ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ଯୁବ ସଭାପତି ଧର୍ମାନନ୍ଦ ପରିଡା ମହିଳା ସଭାପତି ସାଗରିକା ମିଶ୍ର ଜିଲ୍ଲା ମହିଳା କାର୍ଯ୍ୟ କାରି ସଭାପତି ରୁବି ବିଶ୍ୱାଳ ଜିଲ୍ଲା ପରିଷଦ ଉପାଧକ୍ଷ କୋଦଣ୍ଡ ଧର ସାହୁ ଜିଲ୍ଲା ଉପସଭାପତି ନବ କିଶୋର ସାମଲ ଗଁନ୍ଦିଆ ବ୍ଲକ ବିଜେଡି ସଭାପତି ବିଶ୍ୱନାଥ ଜେନା ବ୍ଲକ ଅଧକ୍ଷା ଗୀତାଞ୍ଜଳି ଭୂୟାଁ ଉପାଧକ୍ଷ ପ୍ରଫୁଲ କୁମାର ସାହୁବ୍ଲକ ମହିଳା ସଭାପତି ସୁଭଦର୍ଶିନୀ ପରିଡାଙ୍କ ସମେତ ଅନେକ ଦଳୀୟ ପଦାଧିକାରୀ ଉପସ୍ଥିତ ରହି ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ଢେଙ୍କାନାଳ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ନରୋତ୍ତମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଢେଙ୍କାନାଳ ଜିଲ୍ଲାରୁ ସୋମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ ନାଗରାଜ ନ୍ଯୁଜ

Leave a Reply

Your email address will not be published. Required fields are marked *