ଶୀର୍ଷ ବିଶ୍ୱବିଦ୍ୟାଳୟ ସ୍ଥାନ ହାସଲ କଲା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଇଆଇଏସ ବାଙ୍ଗାଲୋର

Spread the love

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): କରୋନା ମହାମାରୀ ଆରମ୍ଭ ହେତୁ ଚଳିତ ବର୍ଷ ର୍ୟାଙ୍କିଙ୍ଗ୍ ବିଳମ୍ବ ହୋଇଛି । ଗତ ବର୍ଷ ଏହି ମାନ୍ୟତା ଜୁନ୍ ୨୦୨୦ ରେ ପ୍ରକାଶିତ ହୋଇଥିଲା । ତେବେ ଶୀର୍ଷ ବିଶ୍ୱବିଦ୍ୟାଳୟ ସ୍ଥାନ ହାସଲ କରିଛି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଇଆଇଏସ ବାଙ୍ଗାଲୋର ଏହା ପଛକୁ ଦ୍ୱିତୀୟରେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ତୃତୀୟରେ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ, ଚତର୍ଥରେ କୋଲକାଟା ବିଶ୍ୱବିଦ୍ୟାଳୟ, ଅମିର୍ଥ ବିଶ୍ୱ ବିଦ୍ୟା ପୀଠ(କୋଏମ୍ବାଟାରୁ) ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ(ନୁଆଦିଲ୍ଲୀ), ମଣିପୁର ଏକାଡେମି ଅଫ ହାଇଅର ଏଜୁକେସନ, ଜାଦବପୁର ବିଶ୍ୱବିଦ୍ୟାଳୟ, ୟୁନିଭର୍ସିଟି ଅଫ ହାଇଦରାବାଦ, ଆଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟ ପଛକୁ ପଛ ଶ୍ରେଷ୍ଠ ୧୦ ତାଲିକାରେ ରହିଛନ୍ତି ।

ସମଗ୍ର ଭାରତରେ ଶିକ୍ଷା ପ୍ରତିଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ଶିକ୍ଷାଦାନ, ଶିକ୍ଷା ଏବଂ ଉତ୍ସ, ଅନୁସନ୍ଧାନ ଏବଂ ବୃତ୍ତିଗତ ଅଭ୍ୟାସ, ସ୍ନାତକୋତ୍ତର ଫଳାଫଳ ପ୍ରସାରଣ ଏବଂ ଅନ୍ତର୍ଭୂକ୍ତିକରଣ ଏବଂ ଧାରଣା ସହିତ ବିଭିନ୍ନ ପାରାମିଟରରେ ଆଦାରରେ ଏହି ତାଲିକା ପ୍ରସ୍ତୁତ ହୋଇଛି ।

Leave a Reply

Your email address will not be published. Required fields are marked *