ଆପଣ ମଧୁମେହ ରୋଗରେ ପୀଡିତ ଅଛନ୍ତିକି ? ତେବେ ଏହି ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ

Spread the love

ଭବନେଶ୍ୱର, (ନାଗରାଜ ନୁ୍ୟଜ): ଆପଣ ମଧୁମେହ ରୋଗରେ ପଡୀତ ଅଛନ୍ତିକି ? ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତିକି ? ତେବେ ଆପଣଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡିବ । କେଉଁ ଖାଦ୍ୟ ଆପଣଙ୍କ ପାଇଁ ଉପଯୋଗୀ, କେଉଁ ଖାଦ୍ୟ ଉପଯୋଗୀ ନୁହେଁ ତାହା ପ୍ରଥମେ ମଧୁମେହ ରୋଗୀଙ୍କୁ ଜାଣିବାକୁ ପଡିବ । ଯେତେବେଳେ ରକ୍ତରେ ଗ୍ଲୁକୋଜ କିମ୍ବା ଶର୍କରା ସ୍ତର ଅଧିକ ହୋଇଯାଏ ସେତେବେଳେ ମଧୁମେହ ରୋଗ ହେବାର ଆଶଙ୍କା ବଢିଯାଏ । ଦୀର୍ଘ ସମୟ ଧରି ରକ୍ତରେ ଅଧିକ ଗ୍ଲୁକୋଜ୍ ହୃଦଘାତ, ନର୍ଭ ଡ୍ୟାମେଜ୍, ଆଖି ସମସ୍ୟା ଏବଂ କିଡନୀ ରୋଗ ଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ବଢାଇଥାଏ । ତେଣୁ ଏଥିପାଇଁ ରୋଗୀମାନେ ସେମାନଙ୍କର ବିଶେଷ ଯତ୍ନ ନେବା ଆବଶ୍ୟକ । କାର୍ବସ୍ ଏବଂ ସୁଗାରର ଅତ୍ୟଧିକ ବ୍ୟବହାର ରୋଗୀଙ୍କ ପାଇଁ ବିପଜ୍ଜନକ ହୋଇପାରେ । ତେବେ ଜାଣନ୍ତୁ ଏପରି କିଛି ଖାଦ୍ୟ ବିଷୟରେ ଯେଉଁଥିରୁ ମଧୁମେହ ରୋଗୀମାନେ ଦୂରେଇ ରହିବା ଉଚିତ୍ ।

ଚାଉଳ, ପାସ୍ତା ଏବଂ ବ୍ରେଡ୍-
ଏହି ତିନୋଟି ଖାଦ୍ୟରେ କାର୍ବସ୍ ଅଧିକ ମାତ୍ରାରେ ମିଳିଥାଏ । ଚାଉଳରେ ଗ୍ଲୁଟେନ୍ ଥାଏ ଯାହା ରକ୍ତରେ ଶର୍କରା ସୃଷ୍ଟି କରିଥାଏ। ଏହି ଖାଦ୍ୟରେ ଫାଇବରର ଅଭାବ ଥାଏ, ଯେଉଁ କାରଣରୁ ରକ୍ତ ପ୍ରବାହରୁ ଗ୍ଲୁକୋଜ ଆବଜର୍ଭ ହୋଇପାରେନାହିଁ ।

ଟ୍ରାନ୍ସ ଫ୍ୟାଟ୍-
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଟ୍ରାନ୍ସ ଫ୍ୟାଟ୍ ରକ୍ତରେ ଶର୍କରା ସ୍ତରକୁ ସିଧାସଳଖ ବୃଦ୍ଧି କରେ ନାହିଁ, କିନ୍ତୁ ଏହାର ବ୍ୟବହାର ଇନସୁଲିନ୍ ପ୍ରତିରୋଧ, ଇମ୍ଫ୍ଲେମେସନ୍ ଏବଂ ପେଟର ଚର୍ବି ସମସ୍ୟାକୁ ବଢାଇଥାଏ। ଆହୁରି ମଧ୍ୟ, ଗୁଡ୍ ଫ୍ୟାଟ୍‌ର ପରିମାଣ ମଧ୍ୟ ଶରୀରରେ କମ୍ ହୋଇଥାଏ । ପିନଟ୍ ବଟର, ଚକୋଲେଟ୍ ସ୍ପ୍ରେଡ୍, କ୍ରିମର୍, ଫ୍ରିଜ୍ ଡିନର୍, କ୍ରାକର ଏବଂ ଅନ୍ୟାନ୍ୟ ବ୍ୟାଡ୍ ଫୁଡ୍‌ରେ ଟ୍ରାନ୍ସ ଫ୍ୟାଟ୍ ରହିଥାଏ ।

ପ୍ୟାକେଜ୍ ସ୍ନାକ୍ସ-
ଚିପ୍ସ, ବିସ୍କୁଟ କିମ୍ବା ପେଷ୍ଟ୍ରି ପରି ପ୍ୟାକେଜ୍ ସ୍ନାକ୍ ଖାଦ୍ୟ ମଧୁମେହ ରୋଗୀଙ୍କ ପାଇଁ ବିପଜ୍ଜନକ ହୋଇଥାଏ । ଏହି ଖାଦ୍ୟରେ ମଇଦା ଅଧିକ ଏବଂ ସୋଡିୟମ୍-କାର୍ବସ୍ ମଧ୍ୟ ଅଧିକ ପରିମାଣରେ ମିଳିଥାଏ ।

ଫ୍ରୁଟ୍ ଫ୍ଲେଭର୍ ୟୋଗର୍ଟ-
ସାଧା ଦହି ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ କିନ୍ତୁ ସ୍ବାଦଯୁକ୍ତ ଦହି ଖାଇବା ବିପଜ୍ଜନକ ହୋଇଥାଏ । ଏହା ଚର୍ବିହୀନ କିମ୍ବା କମ୍ ଚର୍ବିଯୁକ୍ତ କ୍ଷୀରରୁ ପ୍ରସ୍ତୁତ ଯାହାକି କାର୍ବସ୍ ଏବଂ ସୁଗାରରେ ଭରପୂର । କୁହାଯାଏ ଯେ ପ୍ରାୟ ଏକ କପ୍ ସ୍ୱାଦଯୁକ୍ତ ଦହିରେ ୩୧ ଗ୍ରାମ ସୁଗାର୍ ରହିଥାଏ ।

ସପ୍ଟ ଡ୍ରିଙ୍କ୍-
ମଧୁମେହ ରୋଗୀଙ୍କ ପାଇଁ ସପ୍ଟ ଡ୍ରିଙ୍କରୁ ଦୂରେଇ ରହିବା ଭଲ ହେବ । ଏଥିରେ କାର୍ବୋହାଇଡ୍ରେଟ ଏବଂ ମିଠା ଅଧିକ ରହିଥାଏ । ସପ୍ଟ ଡ୍ରିଙ୍କରେ ବହୁ ଫ୍ରୁଟକୋଜ୍ ରହିଥାଏ, ଯାହା କେବଳ ରକ୍ତରେ ଶର୍କରା ସ୍ତରକୁ ବଢାଏ ନାହିଁ, ବରଂ ଇନସୁଲିନ୍ ପ୍ରତିରୋଧରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ ।

Leave a Reply

Your email address will not be published. Required fields are marked *