ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ

Spread the love

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ହୋଇଯାଇଛି । ୮୨ ବର୍ଷ ବୟସରେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି । ଟେଲିଭିଜନ ଜଗତର ଲୋକପ୍ରିୟ ଧାରାବାହିକ ରାମାୟଣରେ ରାବଣ ଭୂମିକା ନିଭାଇଥିଲେ । ତ୍ରିବେଦୀଙ୍କ ଅଭିନୟକୁ ଭାରତରେ ବହୁତ ପ୍ରଶଂସା କରିଥିଲେ ।

ସୂଚନା ଅନୁସାରେ ଅରବିନ୍ଦ ତ୍ରିବେଦୀଙ୍କ ଅନ୍ତିମ ସଂସ୍କାର ଆଜି (ବୁଧବାର) ମୁମ୍ବାଇର ହନାନୁକରୱାଡି ଶ୍ମଶାନ ଘାଟରେ ହେବ । ସେ ଦୀର୍ଘ ଦିନ ହେବ ରୋଗରେ ପୀଡିତ ଥିଲେ । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଗୁଜରାଟି ଚଳଚ୍ଚିତ୍ର ‘ମାତେମା ବୀଜା ୱଗଦାନ ୱା’ରେ ଅଭିନୟ କରିଥିଲେ । ଏହା ଥିଲା ତାଙ୍କର ଶେଷ ଫିଲ୍ମ । ରାମାୟଣ ଧାରାବାହିକ ବ୍ୟତୀତ ଅରବିନ୍ଦ ତ୍ରିବେଦୀ ଆହୁରି ଅନେକ ସିରିଏଲରେ ଅଭିନୟ କରିଥିଲେ । ଟିଭି ପଦରଦାରେ ସେ ବିକ୍ରମ ଓ ବେତାଳରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ ।

Leave a Reply

Your email address will not be published. Required fields are marked *